ରାଜଧାନୀରୁ ହଟିବ ବେଆଇନ ହୋର୍ଡିଂ

Feb 25, 2026 - 12:45
 0  1
ରାଜଧାନୀରୁ ହଟିବ ବେଆଇନ ହୋର୍ଡିଂ

ଭୁବନେଶ୍ୱର ଆଇଗିଣିଆରେ ଅଘଟଣ। ଦୁର୍ଗାମଣ୍ଡପ ପାଖରେ ଏକ ବଡ଼ ହୋର୍ଡିଂ ଭୁଶୁଡ଼ି ପଡ଼ିବାରୁ ୨ ଜଣଙ୍କର ହୋଇଛି ମୃତ୍ୟୁ। ୫ରୁ ୬ଟି ଦୋକାନ ଘର ମଧ୍ଯ ହୋଇଛି କ୍ଷତିଗ୍ରସ୍ତ । ଘଟଣା ସ୍ଥଳ ପରିଦର୍ଶନ କରି ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି ଯେ, ଏହା ଏକ ସରକାରୀ ହୋର୍ଡ଼ିଂ ନୁହେଁ । ଯାହା ଜାଗାରେ ହୋର୍ଡ଼ିଂ ଲାଗିଥାଏ ସେ ପଇସା ପାଇଥାଏ । ହୋଡ଼ିଂ ନିର୍ମାଣ ନେଇ ଏକ ଗଠନମୂଳକ ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ । ସେ ଆହୁରି କହିଛନ୍ତି ଯେ, ଏଣିକି ରାଜଧାନୀରୁ ହଟିବ ବେଆଇନ ହୋର୍ଡ଼ିଂ । ଆସନ୍ତା ୬ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବ ବେଆଇନ ହୋର୍ଡିଂ କଟା କାର୍ଯ୍ୟ। ଘରୋଇ ସ୍ଥାନରେ ଥିବା ବିପଦ ପୂର୍ଣ୍ଣ ହୋର୍ଡ଼ିଂ କାଟିବା ପାଇ ନିଷ୍ପତ୍ତି ନେଇ ସାରିଛି ଭୂବନେଶ୍ୱର ମହାନଗର ନିଗମ ।

What's Your Reaction?

like

dislike

love

funny

angry

sad

wow