ସିମୁଳିଆ ସଭାରୁ ବିଜେଡି ଓ ବିଜେପି ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

May 30, 2024 - 14:37
 0  3
ସିମୁଳିଆ ସଭାରୁ ବିଜେଡି ଓ ବିଜେପି ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

ଆଜି ଓଡ଼ିଶା ଆସି ବାଲେଶ୍ୱର ଜିଲାର ସିମୁଳିଆଠାରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧିତ କରିଛନ୍ତି ରାହୁଲ ଗାନ୍ଧୀ। ଏହି ସମୟରେ ସେ କହିଥିଲେ ଯେ, ସମ୍ବିଧାନକୁ ଶେଷ କରିବାକୁ ଚାହୁଁଛି ଭାଜପା । ଦୁନିଆର ଏପରି କୌଣସି ଶକ୍ତି ନାହିଁ, ଯାହା ସମ୍ବିଧାନକୁ ଶେଷ କରିଦେବ। ଭାଜପାର ଏତେ ଅହଂକାର ଯେ, ଜଗନ୍ନାଥଙ୍କୁ ଅପମାନ କରିଛି। ଏହାକୁ କେବେ ଭଗବାନ ବରଦାସ୍ତ କରିବେ ନାହିଁ। ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ,  ମିଶିକି ଅଛନ୍ତି ବିଜେଡି-ଭାଜପା। ସେମାନଙ୍କର ଚିନ୍ତାଧାରା ବି ଗୋଟିଏ। କଂଗ୍ରେସ କ୍ଷମତାକୁ ଆସିଲେ ଅଗ୍ନିବୀର ଯୋଜନାକୁ ରଦ୍ଦ କରିବା ସହିତ ରାଜ୍ୟର ୩୦ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବୁ।ଜୁନ୍ ୪ରେ ଆମେ କ୍ଷମତାକୁ ଆସିଲେ ମହାଲକ୍ଷ୍ମୀ ଯୋଜନା ଆରମ୍ଭ କରିବୁ। ସେହିପରି ଜୁନ୍ ୫ରେ ମହିଳାଙ୍କ ବ୍ୟାଙ୍କ ଖାତାକୁ ୮,୫୦୦ଟଙ୍କା ପଠାଯିବ ବୋଲି କହିଛନ୍ତି ରାହୁଲ୍। ଏହା ସହିତ ଚାଷୀଙ୍କ ଋଣ ଛାଡ କରାଯିବ। ମୁଁ ଭାଜପା ବିରୋଧରେ ଲଢୁଛି ବୋଲି ମୋ ବିରୋଧରେ ୨୪ ମାମଲା ଜାରି ରହିଥିବା କହିଛନ୍ତି ରାହୁଲ 

What's Your Reaction?

like

dislike

love

funny

angry

sad

wow