ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ

May 30, 2024 - 14:45
 0  20
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ

ଜୁନ ୧ରେ  ଓଡିଶାରେ ହେବାକୁ ଯାଉଛି  ଚତୁର୍ଥ ପଯ୍ୟାୟ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ପ୍ରେସ ମିଟ କରି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ରାଜ୍ୟରେ ଭୋଟ ଦେବେ ୯୯ଲକ୍ଷ ୬୧ ହଜାର ଜଣ ଭୋଟର  । ୫୦ ଲକ୍ଷ ୮୮ ହଜାର କେବଳ ପୁରୁଷ ଭୋଟର ଥିବାବେଳେ ୪୮ ଲକ୍ଷ ୭୨ ହଜାର ଅଛନ୍ତି  ମହିଳା ଭୋଟର । ସେହିପରି ୬ହଜାର ୮୭ଜଣ ସମଲିଙ୍ଗୀ ଦେବେ ଭୋଟ । ଏଥିସହ ୧୦,୮୮୨ କେନ୍ଦ୍ରରେ ଭୋଟ ଦେବାର ରହିଛି ବ୍ୟବସ୍ଥା । ୧୪ଶହ ବୁଥ ମହିଳାଙ୍କ ଦ୍ୱାରା ହେବ  ପରିଚାଳିତ । ମୈଦାନରେ ଅଛନ୍ତି ୪୬୦ ପ୍ରାର୍ଥୀ । ୩୯୪ ବିଧାନସଭା ପ୍ରାର୍ଥୀ  ରହିଥିବାବେଳେ ୬୬ଜଣ ରହିଛନ୍ତି ଲୋକସଭା ପ୍ରାର୍ଥୀ ।

What's Your Reaction?

like

dislike

love

funny

angry

sad

wow