ଆମେରିକାର ଶାନ୍ତି ଉଦ୍ୟମ ସତ୍ତ୍ୱେ ରୁଷ୍-ୟୁକ୍ରେନ୍ରେ ରାତିସାରା ଆକ୍ରମଣ
ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର କୂଟନୈତିକ ଉଦ୍ୟମ ଜାରି ରହିଥିବାବେଳେ ଉଭୟ ଦେଶ ପୁଣି ପରସ୍ପର ଉପରେ ଆକ୍ରମଣ କରିଛନ୍ତି। ଗୁରୁବାର ରାତିରେ ରୁଷ୍ ଓ ୟୁକ୍ରେନ୍ ପକ୍ଷରୁ ପରସ୍ପର ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ...
: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର କୂଟନୈତିକ ଉଦ୍ୟମ ଜାରି ରହିଥିବାବେଳେ ଉଭୟ ଦେଶ ପୁଣି ପରସ୍ପର ଉପରେ ଆକ୍ରମଣ କରିଛନ୍ତି। ଗୁରୁବାର ରାତିରେ ରୁଷ୍ ଓ ୟୁକ୍ରେନ୍ ପକ୍ଷରୁ ପରସ୍ପର ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିବା ଉଭୟ ଦେଶର ସାମରିକ କର୍ତ୍ତୃପକ୍ଷ ଜଣାଇଛନ୍ତି। ଶୀତ ଋତୁ ଆରମ୍ଭ ହେବାକୁ ଥିବାରୁ ଶକ୍ତି ଭିତ୍ତିଭୂମି ଓ ଶିଳ୍ପାଞ୍ଚଳକୁ ନେଇ ଆକ୍ରମଣ ତୀବ୍ର ହେଉଥିବାବେଳେ ଯୁଦ୍ଧର ଅବସାନ ପାଇଁ ଆଲୋଚନାରେ ଏଯାଏଁ କୌଣସି ବଡ଼ ସଫଳତା ମିଳିନାହିଁ।
ଏହି ସମୟରେ ରୁଷ୍ର ଭୋଲ୍ଗୋଗ୍ରାଡ୍ ସହରର ଏକ ଶିଳ୍ପାଞ୍ଚଳ ଉପରେ ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣ କରିବାରୁ ଚାରି ଜଣଙ୍କ ମୃତ୍ୟୁ ଓ ଅନ୍ୟ ଦୁଇ ଜଣ ଆହତ ହୋଇଥିବା ସେଠାକାର ଗଭର୍ଣ୍ଣର ଆନ୍ଦ୍ରେଇ ବୋଚାରୋଭ୍ କହିଛନ୍ତି। ଏହା ଏହି ସହରରେ ଏଯାଏଁ ଘଟିଥିବା ସବୁଠାରୁ ଘାତକ ଡ୍ରୋନ୍ ଆକ୍ରମଣ ବୋଲି ରିପୋର୍ଟରେ କୁହାଯାଇଛି। ସହରରେ ଏକ ବଡ଼ ତୈଳ ବିଶୋଧନାଗାର ଥିବାରୁ ଏହି ଆକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ତେବେ ବିଶୋଧନାଗାର କ୍ଷତିଗ୍ରସ୍ତ ହୋଇଥିବା ରୁଷ୍ କର୍ତ୍ତୃପକ୍ଷ ସ୍ପଷ୍ଟ କରିନାହାନ୍ତି।
ଅନ୍ୟପକ୍ଷରେ ଯୁଦ୍ଧ ବନ୍ଦ ପାଇଁ ଆମେରିକାର ବିଶେଷ ଦୂତ ଷ୍ଟିଭ୍ ୱିଟ୍କଫ୍ ଓ ଜାରେଡ୍ କୁଶନର୍ ଗୁରୁବାର ମସ୍କୋର କ୍ରେମ୍ଲିନ୍ଠାରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ଭେଟି ଆଲୋଚନା କରିଥିଲେ। ଏହା ପରେ ସେମାନେ ଆୟର୍ଲାଣ୍ଡର ଡବ୍ଲିନ୍ ଯାଇ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କିଙ୍କ ସହ ଆଲୋଚନା କରିଥିଲେ। ଏହା ପୂର୍ବରୁ ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବିରେ ରୁଷ୍, ୟୁକ୍ରେନ୍ ଓ ଆମେରିକାର ପ୍ରତିନିଧିମାନଙ୍କ ମଧ୍ୟରେ ଦୁଇଦିନିଆ ଆଲୋଚନା ହୋଇଥିଲା। ଏଥିରେ ବନ୍ଦୀ ବିନିମୟ ପାଇଁ ସହମତି ହୋଇଥିଲେ ମଧ୍ୟ ପ୍ରମୁଖ ପ୍ରସଙ୍ଗରେ ମତଭେଦ ଦୂର ହୋଇପାରିନାହିଁ।
What's Your Reaction?