ଶ୍ରୀମନ୍ଦିରରେ ଧ୍ବଜା ବନ୍ଧା ନାଁରେ ଯାତ୍ରୀଙ୍କୁ ଠକେଇ ଅଭିଯୋଗ
ଶ୍ରୀମନ୍ଦିରରେ ଧ୍ବଜା ବନ୍ଧା ନାଁରେ ଯାତ୍ରୀଙ୍କୁ ଠକେଇ ଅଭିଯୋଗ। ଠକିଥିବା ସେବକଙ୍କୁ ନୋଟିସ୍ ଜାରି କରି ୩ ଦିନ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସୂଚନା ଅନୁସାରେ, ଗତ ୧ ତାରିଖ ଦିନ ହାଇଦ୍ରାବାଦର ଜଣେ ଯାତ୍ରୀ ଜନୈକ ସେବକଙ୍କ ସହ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟକୁ ଆସି ଏକ ଜାଲ ରସିଦ୍ ଦେଖାଇ ଶ୍ରୀମନ୍ଦିର ଚୁଡ଼ାରେ ଧ୍ବଜା ବାନ୍ଧିବା ପାଇଁ ଦାବି କରିବା ବେଳେ ଧରାପଡିଥିଲେ।ସେହି ରସିଦ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ କଟା ଯାଇନଥିବା ଯାଞ୍ଚ କରି ଜାଣି ପାରିଥିଲେ ଶ୍ରୀମନ୍ଦିର ସୁପରଭାଇଜର ଶ୍ରୀମନ୍ଦିର ସୁପରଭାଇଜର। ଏସଂପର୍କରେ ଜାଲିଆତି ଜଣାପଡିବା ପରେ, ସଂପୃକ୍ତ ସେବକ ଜଣଙ୍କୁ ତିନି ଦିନ ଭିତରେ ନୋଟିସର ଉତ୍ତର ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ।
What's Your Reaction?