ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଆତିଶୀ ମାର୍ଲେନା

Sep 23, 2024 - 16:35
 0  2
ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଆତିଶୀ ମାର୍ଲେନା

ଆଜି ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଆତିଶୀ ମାର୍ଲେନା ।  ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଲଗାଯାଇଛି  ଦୁଇଟି ଚୌକି । ଅରବିନ୍ଦ କେଜରିୱାଲଙ୍କ ଆସନକୁ ତାଙ୍କ ପାଖରେ ରଖି ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆତିଶୀ । ଏହି ଅବସରରେ ଆତିଶୀ କହିଛନ୍ତି ଯେ, ପ୍ରଭୁ ରାମଙ୍କ ‘କଠଉ’କୁ ସିଂହାସନରେ ରଖି ଭରତ ଯେପରି କାମ କରିଥିଲେ ସେହିଭଳି ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଚାରିମାସ କରିବେ କାର୍ଯ୍ୟ । ‘ଆଶା କରାଯାଉଛି ଯେ ଫେବୃଆରୀରେ ପ୍ରସ୍ତାବିତ ନିର୍ବାଚନରେ ଲୋକମାନେ ଅରବିନ୍ଦ କେଜରିୱାଲଙ୍କୁ ଫେରାଇ ଆଣିବେ, ସେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରହିବ ତାଙ୍କ ଆସନ।

What's Your Reaction?

like

dislike

love

funny

angry

sad

wow