ଖୁବଶୀଘ୍ର ଚିଟଫଣ୍ଡ ଟଙ୍କା ଫେରିପାଇବେ ଜମାକାରୀ

ଖୁବଶୀଘ୍ର ଚିଟଫଣ୍ଡ ଟଙ୍କା ଫେରିପାଇବେ ଜମାକାରୀ।ଏନେଇ ଚିନ୍ତା କରୁଛନ୍ତି ସରକାର।ଖୁବଶୀଘ୍ର ନୀତିଗତ ନିଷ୍ପତ୍ତି ନିଆଯାଇ ପୂରା ପ୍ରକ୍ରିୟାକୁ କରାଯିବ ଶେଷ।ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଏହାସହ କମିଶନର ରିପୋର୍ଟ ସାର୍ବଜନୀନ ନେଇ ଅନୁଧ୍ୟାନ କରୁଛନ୍ତି ସରକାର ।କେଉଁଭଳି ଢଙ୍ଗରେ ଏହାକୁ ଉପସ୍ଥାପନ କରାଯିବ ସେନେଇ ଚାଲିଛି ମାନସମନ୍ଥନ। ଏହାସହ ପୂର୍ବ ସରକାରଙ୍କୁ ନିଶାଣ କରି ମନମୋହେନ କହିଛନ୍ତି ଯେ,ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାୟିତ୍ବ ପୂର୍ବ ସରକାରଙ୍କର ଥିଲା । କିନ୍ତୁ ତାହା ସେମାନେ କଲେ ନାହିଁ । ଟଙ୍କା ଫେରସ୍ତ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବ ନୂଆ ସରକାର ।
What's Your Reaction?






