୮ରେ ହେବ ରାଜ୍ୟ ବିଜେପି ସଭାପତି ଘୋଷଣା

On July 8, the BJP will vote to elect its state president. The election process has already begun. The notification will be released on the 6th and the voting for the president will take place on the 8th. BJP MP and state election officer Pratap Chandra Shadang says there is significant discussion ongoing about who will become president after voting begins.

୮ରେ ହେବ ରାଜ୍ୟ ବିଜେପି ସଭାପତି ଘୋଷଣା

ଜୁଲାଇ ୮ ତାରିଖରେ ରାଜ୍ୟ ବିଜେପି ପାଇଁ ସଭାପତି ହେବ ଚୟନ  । ଏନେଇ ଆରମ୍ଭ ହୋଇଯାଇଛି ସଭାପତି ନିର୍ବାଚନ ପ୍ରକ୍ରିୟା। ଏନେଇ ୬ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି  ଏବଂ ୮ ତାରିଖରେ ସଭାପତିଙ୍କ  ଭୋଟ ପଡିବା ସହ ନାମ ହେବ ଘୋଷଣା । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଂସଦ ତଥା ରାଜ୍ୟ ବିଜେପିର ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ।ଅନ୍ୟପଟେ ସଭାପତି ପଦ ପାଇଁ ମତଦାନ ତାରିଖ ଘୋଷଣା ହେବା ପରେ କିଏ ହେବେ ସଭାପତି ତାକୁ ନେଇ ଜୋର ଧରିଛି ଚର୍ଚ୍ଚା ।