ବୈଠକ ପରେ ବଡ ବୟାନ ରଖିଛନ୍ତି ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ

ରତ୍ନଭଣ୍ଡାର ଖୋଲିବା ନେଇ ଆଜି ବୈଠକ ହେବା ପରେ ବଡ ବୟାନ ରଖିଛନ୍ତି ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ । ସେ କହିଛନ୍ତି ଯେ, ‘ଶ୍ରୀଜଗନ୍ନାଥ ମନ୍ଦିର ସମ୍ମିଳନୀ କକ୍ଷରେ ହୋଇଥିବା ବୈଠକରେ ୧୮ଜଣ ପ୍ରତ୍ୟକ୍ଷ ଉପସ୍ଥିତିରେ ରତ୍ନଭଣ୍ଡାର ସମ୍ପର୍କୀତ ସମସ୍ତ ଦିଗକୁ ଅନୁଧ୍ୟାନ କରାଯିବା ସହ ସମସ୍ତ ନଥିପତ୍ର କରାଯାଇଛି ଯାଞ୍ଚ। ଏହା କରାଯିବା ପରେ କିଛି ନିଷ୍ପତ୍ତିରେ ଉପନୀତ ହୋଇଛି କମିଟି। ରତ୍ନଭଣ୍ଡାରର ନକଲି ଚାବି ଥିବା ହୋଇଛି ସ୍ପଷ୍ଟ । ଏହାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅନୁଧ୍ୟାନରେ ଅଣାଯିବ ଏବଂ ରତ୍ନଭଣ୍ଡାର ଖୋଲାଯିବାକୁ ହୋଇଛି ନିଷ୍ପତ୍ତି । କିନ୍ତୁ ଯେହେତୁ ଚାବି ଦୀର୍ଘ ଦିନର ହେଲାଣି ତେଣୁ ଏଥିରେ ହୁଏତ କଳଙ୍କି ଲାଗିଥାଇପାରେ । ଯଦି ଏହି ଚାବିରେ ରତ୍ନଭଣ୍ଡାର ନଖୋଲେ ତାହେଲେ ଭଙ୍ଗାଯିବ ତାଲା । ଏନେଇ ସରକାରଙ୍କୁ ଜଣାଇଦେବା ପରେ ତାଙ୍କ ପକ୍ଷରୁ ଯେଉଁ ଏସଓପି ଜାରି କରାଯିବ, ତାହାକୁ ନେଇ କାର୍ଯ୍ୟକାରୀ ହେବ ନିଷ୍ପତ୍ତି । ଏନେଇ ଆସନ୍ତା ୯ ତାରିଖ ଦିନ ୧୦ଟାରେ ବସିବ ପରବର୍ତ୍ତୀ ବୈଠକ ’ ।ତେବେ ଯଦି ନକଲି ଚାବିରେ ତାଲା ଖୋଲେ ତାହେଲେ ପ୍ରଥମ କାମ ହେଲା ରତ୍ନଭଣ୍ଡାରର ମରାମତି । ଏହାପରେ ସେଠାରେ ଥିବା ବହୁମୂଲ୍ୟ ଅଳଙ୍କାରର କରାଯିବ ମଣତି ଗଣତି । କିନ୍ତୁ ମରାମତି କାମ ପାଇଁ ଆବଶ୍ୟକ ପଡିଲେ ସୁନା ଅଳଙ୍କାରକୁ କେଉଁଠାରେ ସୁରକ୍ଷିତ ରଖାଯିବ ତାହା ମ ଧ୍ୟ ଗୁରୁତ୍ୱପୂର୍ଣ୍ଣ । ତେବେ ମଣତି ଗଣତି ପାଇଁ ଜଣେ ଦକ୍ଷ ବଣିଆଙ୍କୁ ଅଣାଯିବ ଯିଏକି ଅଳଙ୍କାର ଗୁଡିକର ସଠିକ ଓଜନ କରିବା ସହ ଅଳଙ୍କାର ଗୁଡିକର ଚରିତ୍ର କରିପାରିବେ’ ନିର୍ଦ୍ଧାରଣ ।
What's Your Reaction?






