ରାଜଧାନୀକୁ ବାର୍ଡ ଫ୍ଲୁ ଭୟ ; କୁକୁଡ଼ା ନକିଣିବା ପାଇଁ ବିଏମସିର ପରାମର୍ଶ

Aug 31, 2024 - 12:23
 0  1
ରାଜଧାନୀକୁ ବାର୍ଡ ଫ୍ଲୁ ଭୟ ; କୁକୁଡ଼ା ନକିଣିବା ପାଇଁ ବିଏମସିର ପରାମର୍ଶ

 ବାର୍ଡ ଫ୍ଲୁ ସଂକ୍ରମଣ ନେଇ ଭୂବନେଶ୍ୱର ଉପକଣ୍ଠର ସମସ୍ତ କୁକୁଡ଼ା ମାଂସ ଦୋକାନୀମାନଙ୍କୁ ସତର୍କ କରାଇଲେ ଭୁବନେଶ୍ବର ମହାନଗର ନିଗମ । ଭୁବନେଶ୍ବର ଆଖପାଖ ଅଞ୍ଚଳରେ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମିତ ହେଉଥିବାରୁ କୁକୁଡ଼ା ମାଂସ ଦୋକାନୀମାନେ ଉକ୍ତ ଅଞ୍ଚଳରୁ କୁକୁଡ଼ା ନ କିଣିବାକୁ ପରାମର୍ଶ ଦେଇଛନ୍ତି ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ । ଏଥିସହ ସେ କହିଛନ୍ତି ଯେ,ଯେଉଁ କୁକୁଡା ଅସ୍ୱାଭାବିକ ଭାବେ ଅସୁସ୍ଥ ତାକୁ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ର କିମ୍ବା ୱାର୍ଡ କାର୍ଯ୍ୟାଳୟରେ ଜଣାଇବେ।ମୃତ୍ୟୁ ହେଲେ ଏଣେତେଣେ ଫିଙ୍ଗିବେ ନାହିଁ ବରଂ ନିର୍ଦ୍ଦିଷ୍ଟ ସ୍ଥାନରେ ପୋତିବା ସହ ତା’ ଉପରେ କରିବେ ବ୍ଲିଚିଂ ସିଞ୍ଚନ ।ଏହା କରିବା ବେଳେ ମୁହଁରେ ମୁଖା ଓ ହାତରେ ଗ୍ଲୋଭ୍‌ସ୍ କରିବେ ପରିଧାନ । କୁକୁଡା ସଂସ୍ପର୍ଶରେ ଆସିଥିବା କୌଣସି ବ୍ୟକ୍ତି ବା ଶିଶୁଙ୍କର ଜ୍ୱର, ଛିଙ୍କ, କାଶ ଲାଗି ରୁହେ,ତାବେ ତୁରନ୍ତ ନେବେ ଡାକ୍ତରଙ୍କ ପରାମର୍ଶ। ସେହିପରି ବିଏମସି ଅଧିକାରୀ ତଥା ସାଇନ୍ ଦଳ ବିଭିନ୍ନ ଜାଗା ବୁଲି ସ୍ଥିତି ପରଖିବା ସମୟରେ ବ୍ୟବସାୟୀମାନେ ସଠିକ୍‌ ତଥ୍ୟ ପ୍ରଦାନ କରିବାକୁ କରାଯାଇଛି ନିବେଦନ । ଅନ୍ୟପଟେ କିଛିଦିନ ରାଜଧାନବାସୀଙ୍କୁ ଚିକେନ ନ ଖାଇବାକୁ ଅନୁରୋଧ କରୁଛି ମେୟର ସୁଲୋଚନା ଦାସ । 

What's Your Reaction?

like

dislike

love

funny

angry

sad

wow