ଦୁର୍ବଳ ହେଲା ଲଘୁଚାପ କ୍ଷେତ୍ର

Jul 1, 2024 - 12:35
 0  4
ଦୁର୍ବଳ ହେଲା ଲଘୁଚାପ କ୍ଷେତ୍ର

ଦୁର୍ବଳ ହେଲା ଲଘୁଚାପ କ୍ଷେତ୍ର । ଓଡିଶାରେ ଆଜିଠୁ କମିବ ବର୍ଷାର ବିସ୍ତୃତି ଓ ପରିମାଣ । ତେବେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର।ସେହିପରି ୭ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟିହେବାର ରହିଛି ସମ୍ଭାବନା । ଯାହା ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ବଢିବ ବୋଲି  ଆକଳନ କରିଛନ୍ତି ବିଭିନ୍ନ ମଡେଲ । ଅନ୍ଯପଟେ ଜୁନ ଶେଷ ସୁଦ୍ଧା ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଥିବା ବେଳେ ଓଡ଼ିଶାରେ କିନ୍ତୁ ସ୍ଥିତି ଅଲଗା । ଗୋଟିଏ ଜିଲ୍ଲାରେ ୬୭ ପ୍ରତିଶତ ନିଅଁଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୧୬ଟି ଜିଲ୍ଲାରେ ରେକର୍ଡ ହୋଇଛି ୨୦ରୁ ୫୯ ପ୍ରତିଶତ ନିଅଁଣ୍ଟିଆ ବର୍ଷା।

What's Your Reaction?

like

dislike

love

funny

angry

sad

wow