ରାଜ୍ୟରେ ୨୩ ସୁଦ୍ଧା ପହଞ୍ଚିବ ମୌସୁମୀ

ଓଡିଶାରେ ଆଜିଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା । ବର୍ଷାର ପରିମାଣ ବଢିବା ସହ ୨୦ ତାରିଖରେ କିଛି ସ୍ଥାନରେ ହେବ ପ୍ରବଳ ବର୍ଷା । ପ୍ରଭାବରେ ମୌସୁମୀ ସକ୍ରିୟ ହେବା ସହ ହେବ ଅଗ୍ରସର। ୨୩ ତାରିଖ ସୁଦ୍ଧା ସଂପୂର୍ଣ୍ଣ ଓଡ଼ିଶାକୁ ମୌସୁମୀ ଛୁଇଁବାକୁ ପାଗ ଅନୁକୂଳ ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ବିଶେଷ କରି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ରହିଛି ସମ୍ଭାବନା।କିନ୍ତୁ ଉପକୂଳ ଓଡ଼ିଶାରେ ଲାଗିରହିବ ଗୁଳୁଗୁଳି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୨୬ଟି ଜିଲ୍ଲାରେ ଦେଖା ଦେଇଛି ଉତ୍କଟ ସ୍ଥିତି। ବଡ ବର୍ଷା ହେଲେ ଏହା ଭରଣା ହେବ ବୋଲି ଆଶା ରଖିଛି ପାଣିପାଗ କେନ୍ଦ୍ର ।
What's Your Reaction?






