ଆର୍ଟିଫେସିଆଲ ଇଣ୍ଟେଲିଜେନ୍ସ ତଥା AI ସହାୟତାରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ତଥା ଇଭିଏମ୍କୁ କରାଯାଇପାରେ ହ୍ୟାକ୍। ତେଣୁ ଏହାକୁ ତୁରନ୍ତୁ ହଟାଯାଉ। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଇଭିଏମ୍କୁ ନେଇ ନିଜର ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଆକାଉଣ୍ଟରେ ଏଭଳି କିଛି ଦାବି କରିଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ସ୍ପେସ୍ ଏକ୍ସର ମାଲିକ ଏଲୋନ୍ ମସ୍କ।ତେବେ ଆମେରିକା ରାଷ୍ଟ୍ରପତି ପଦ ଲାଗି ପ୍ରାର୍ଥୀ ସାଜିଥିବା ରବର୍ଟ ଏଫ୍ କୈନେଡି ଜୁନିୟରଙ୍କ ଏକ ପୋଷ୍ଟର ଜବାବରେ ଏଭଳି ରାୟ ରଖିଛନ୍ତି ମସ୍କ । ସେ କହିଛନ୍ତି ଯେ, ଇଭିଏମ୍କୁ ହଟାଇ ଦେବା ଉଚିଚ୍। କାରଣ ମନୁଷ୍ୟ ଏବଂ ଏଆଇ ସହାୟତାରେ ଏହାକୁ ହ୍ୟାକ୍ କରିଦେବାର ରହିଛି ବିପଦ । ଏହି ବିପଦ ବହୁତ କମ୍ ହେଲେ ବି ଅଧିକ ବୋଲି କହିଛନ୍ତି ମସ୍କ ।