ମନ୍ତ୍ରୀମାନଙ୍କୁ ମିଳିଲା ଦାୟିତ୍ୱ

Jun 16, 2024 - 12:55
 0  3
ମନ୍ତ୍ରୀମାନଙ୍କୁ ମିଳିଲା ଦାୟିତ୍ୱ
ଓଡ଼ିଶାରେ ପ୍ରଥମ ଭାଜପା ସରକାର ଗଠନ ହେବାର ୩ ଦିନ ପରେ ମନ୍ତ୍ରୀମାନଙ୍କୁ ବଣ୍ଟନ କରାଯାଇଛି ବିଭାଗ । ରାଜ୍ୟପାଳ ରଘୁବର ଦାସଙ୍କ ଅନୁମୋଦନ ପରେ ଏ ନେଇ ରାଜଭବନ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ବିଜ୍ଞପ୍ତି ଅନୁଯାୟୀ ନିଜ ପାଖରେ ୬ଟି ବିଭାଗ ଯଥା- ଗୃହ, ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଆଗାମୀ ଦିନରେ ମନ୍ତ୍ରିମଣ୍ଡଳରେ ଆଉ କେତେଜଣ ସଦସ୍ୟଙ୍କୁ ସାମିଲ କରାଯାଇ କିଛି ବିଭାଗ ଆବଣ୍ଟନ କରାଯାଇପାରେ ବୋଲି ମିଳିଛି ସୂଚନା।ତେବେ ଆସନ୍ତୁ ଜାଣିବା ଆଉ କାହାକୁ ମିଳିଛି କେଉଁ ବିଭାଗ।
 
ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ କୃଷି, କୃଷକ କଲ୍ଯାଣ ଓ ଶକ୍ତି ବିଭାଗ ମିଳିଥିବାବେଳେ ଉପ ମୁଖ୍ୟମନ୍ତ୍ରୀ  ପ୍ରଭାତୀ ପରିଡ଼ାଙ୍କୁ ମିଳିଛି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ଯଟନ ବିଭାଗ। ସେହିପରି  କ୍ୟାବିନେଟ ମନ୍ତ୍ରୀମାନଙ୍କ ମଧ୍ୟରୁ-

  • ସୁରେଶ ପୂଜାରୀ- ରାଜସ୍ୱ ଓ ବିପର୍ଯ୍ୟୟ
  • ରବିନାରାୟଣ ନାଏକ - ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ
  • ନିତ୍ୟାନନ୍ଦ ଗଣ୍ଡ- ସ୍କୁଲ ଓ ଗଣଶିକ୍ଷା, ଅନୁସୂଚିତ ଜାତି-ଜନଜାତି-ସଂଖ୍ୟାଲଘୁ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ
  • କୃଷ୍ଣଚନ୍ଦ୍ର ପାତ୍ର- ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
  • ପୃଥ୍ୱୀରାଜ ହରିଚନ୍ଦନ- ଆଇନ, ପୂର୍ତ୍ତ ଓ ଅବକାରୀ
  • ମୁକେଶ ମହାଲିଙ୍ଗ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି
  • ବିଭୂତି ଭୂଷଣ ଜେନା- ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି
  • କୃଷ୍ଣଚନ୍ଦ୍ର ମହାପାତ୍ର- ଗୃହନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ

    ସେହିପରି ରାଷ୍ଟ୍ରପାହ୍ୟା ତଥା ସ୍ବାଧୀନ ମନ୍ତ୍ରୀ ମଧ୍ଯରେ-
  • ଗଣେଶରାମ ସିଂ ଖୁଣ୍ଟିଆ- ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ , ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା
  • ସୂର୍ଯ୍ୟବଂଶୀ ସୂରଜ- ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
  • ପ୍ରଦୀପ ବଳ ସାମନ୍ତ- ସମବାୟ, ହସ୍ତତନ୍ତ-ବୟନଶିଳ୍ପ ଓ ହସ୍ତଶିଳ୍ପ
  • ଗୋଲକଚନ୍ଦ୍ର ମଲ୍ଲିକ- ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ଏମଏସଏମଇ
  • ସମ୍ପଦ ଚନ୍ଦ୍ର ସ୍ୱାଇଁ - ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ

What's Your Reaction?

like

dislike

love

funny

angry

sad

wow