କାଲିଠାରୁ ଓଡିଶାରେ ବଢ଼ିବ ବର୍ଷା

Jun 16, 2024 - 12:32
 0  7
କାଲିଠାରୁ ଓଡିଶାରେ ବଢ଼ିବ ବର୍ଷା

ଆଉ ଦିନକ ପରେ ତାତିରୁ ମିଳିବ ଆଶ୍ୱସ୍ତି । କାଲିଠାରୁ ଓଡିଶାରେ ବଢ଼ିବ ବର୍ଷାର ପରିମାଣ । ମୌସୁମୀ ବାୟୁ ଏବେ କୋରାପୁଟ ଓ ମାଲକାନଗିରିରେ ସକ୍ରିୟ ଥିବା ବେଳେ ଏବେ ଏହା ଆଗକୁ ବଢିବା ପାଇଁ ଅନୁକୂଳ ରହିଛି ପାଗ  । ଆଜି ଉପକୂଳ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖି ପ୍ରଭାବରେ ରହିଛି ବର୍ଷା ସମ୍ଭାବନା । ଅନ୍ୟପଟେ ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡ଼ା ସମେତ ଅନେକ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ନେଇ ଜାରି କରାଯାଇଛି ହଳଦିଆ ସତର୍କତା । 

What's Your Reaction?

like

dislike

love

funny

angry

sad

wow