ପ୍ରଳୟ ଭସାଇନେଲା ବାପା,ମା’, କୁନି ଭଉଣୀକୁ କାନ୍ଧରେ ଧରି ବୁଲୁଛି ଭାଇ…ହେ ପ୍ରଭୁ ଆହାଃ ପଦେ କହିବାକୁ କିଏ ନାହିଁ

Sep 1, 2026 - 16:37
ପ୍ରଳୟ ଭସାଇନେଲା ବାପା,ମା’, କୁନି ଭଉଣୀକୁ କାନ୍ଧରେ ଧରି ବୁଲୁଛି ଭାଇ…ହେ ପ୍ରଭୁ ଆହାଃ ପଦେ କହିବାକୁ କିଏ ନାହିଁ

ମା’,ମା’...ବାବା,ବାବା ... କୁଆଡ଼େ ଗଲ ସବୁ? କୁଆଡ଼େ ଚାଲିଗଲ,ମୁଁ ତୁମକୁ କେଉଁଠି ଖୋଜିବି? ପାଣି ଆସି ସବୁ ବୁହାଇ ନେଲା,ଘରଟା ବି କାହିଁ କେଉଁଠି ଦିଶୁନି! ଏଇଠି ତ ଥିଲା... ପାଣି ମାଡ଼ିଆସିଲା ବେଳେ ସାନ ଭଉଣୀଟାକୁ ଜାବୁଡ଼ି ଧରିଥିଲି ବୋଲି ସେ ଆଜି ବଞ୍ଚିଯାଇଛି । 

ମା’,ମା’...ବାବା,ବାବା ... କୁଆଡ଼େ ଗଲ ସବୁ? କୁଆଡ଼େ ଚାଲିଗଲ,ମୁଁ ତୁମକୁ କେଉଁଠି ଖୋଜିବି? ପାଣି ଆସି ସବୁ ବୁହାଇ ନେଲା,ଘରଟା ବି କାହିଁ କେଉଁଠି ଦିଶୁନି! ଏଇଠି ତ ଥିଲା... ପାଣି ମାଡ଼ିଆସିଲା ବେଳେ ସାନ ଭଉଣୀଟାକୁ ଜାବୁଡ଼ି ଧରିଥିଲି ବୋଲି ସେ ଆଜି ବଞ୍ଚିଯାଇଛି । ମୁଁ ତାକୁ ମୋ ପିଠିରେ ବସାଇ ଘର ଖୋଜୁଛି । ତା’କୁ ବୋଧେ ଭୋକ ଲାଗୁଛି କି କ’ଣ,ତା’ କାନ୍ଦକୁ ମୁଁ ଅଟକାଇ ପାରୁନି। ମତେ ବି ଭାରି ଭୋକ ହେଲେ କୁନି ଭଉଣୀଟାର ଭୋକ ଆଗରେ ମୋ ଭୋକ ଯେମିତି ମରି ମରି ଯାଉଛି । ମା’,ବାପା ଆସନା ଘରକୁ ଯିବା, ମୁଁ ତ ନିଜେ ଛୋଟପିଲାଟା କେମିତି କୁନି ଭଉଣୀଟାକୁ ବଡ଼ କରିବି ।  

ପରିବାରକୁ ହରାଇବାର କଷ୍ଟ କ’ଣ ଯଦି କିଏ ପଚାରେ ତା’ହେଲେ ନେପାଳ ପ୍ରଳୟରେ ପ୍ରିୟଜନଙ୍କୁ ହରାଇ ଏକୁଟିଆ ସ୍ତବ୍ଧ ହୋଇ ଛିଡ଼ା ହୋଇଥିବା ଏ ନୀରିହ ପିଲାଟିର ମୁହଁ ସାମ୍ନାକୁ ଆସିଯିବ। ପୂରା ପରିବାର ପ୍ରଳୟ ବନ୍ୟାରେ ଧୋଇ ହୋଇଗଲା । ବାପା,ମା’ ଜୀବିତ କି ମୃତ ତାହା ବି ଜଣାନାହିଁ । ପାଖରେ ଅଛି ତ କୁନି ଭଉଣୀଟିଏ । ଯାହାକୁ କାନ୍ଧରେ ବୋହି ପରିବାରକୁ ଖୋଜୁଛି ଏହି କୁନିପୁଅ । ଦେହ ହାତ କାଦୁଅ ଲାଗି ମଇଳା ହୋଇଛି ଏମିତିକି ଚାରିଆଡ଼େ ଆଘାତ ବି ଲାଗିଛି । ହେଲେ ପରିବାରଠାରୁ ଦୂରେଇ ଯିବାର ଆଘାତ ଆଗରେ ଏସବୁ କିଛି ଛୋଟ ହୋଇଯାଇଛି ।  

What's Your Reaction?

like

dislike

love

funny

angry

sad

wow