ବ୍ରିଟେନକୁ କଟାକ୍ଷ କଲେ ଟ୍ରମ୍ପ

Mar 8, 2026 - 15:00
 0  2
ବ୍ରିଟେନକୁ କଟାକ୍ଷ କଲେ ଟ୍ରମ୍ପ

ଇରାନ ବିରୋଧରେ ଅଧିକ ଆକ୍ରମଣାତ୍ମକ ହୋଇଯାଇଛି ଆମେରିକା । ତେହେରାନରେ ସରକାର ପରିବର୍ତ୍ତନ ସହ ଅନେକ ସାମରିକ ପ୍ରତିଷ୍ଠାନକୁ ୟୁଏସ ଡ୍ରୋନ୍ ଏବଂ ମିସାଇଲ୍ କରୁଛି ନିଶାଣ । ଏସବୁ ଭିତରେ ୟୁରୋପୀୟ ଦେଶର ଭୂମିକାକୁ ପ୍ରଶ୍ନ କରିଛନ୍ତି ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଯୁଦ୍ଧରେ ବ୍ରିଟେନର ସମର୍ଥନ ନମିଳିବାରୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କେୟର ଷ୍ଟାର୍ମରଙ୍କୁ କଟାକ୍ଷ କରି ଟ୍ରମ୍ପ୍ କହିଛନ୍ତି ଯେ,ଏବେ ଯୁଦ୍ଧକୁ ନିଜର ଏୟାରକ୍ରାଫ୍ଟ୍ ପଠାଇବାକୁ କହୁଛନ୍ତି  ୟୁରୋପୀୟ ଦେଶ।କିନ୍ତୁ ଯୁଦ୍ଧ ଜିତି ସାରିଛି ଆମେରିକା । ଏବେ ଆଉ କାହାରି ସାହାଯ୍ୟ ଦରକାର ନାହିଁ । ଦିନେ ଆମେରିକାର ସବୁଠୁ ଘନିଷ୍ଠ ସହଯୋଗୀ ଥିଲା ବ୍ରିଟେନ୍ । ଏବେ ସେମାନେ ପଶ୍ଚିମ ଏସିଆକୁ ନିଜର ଦୁଇଟି ଯୁଦ୍ଧ ବିମାନ ପଠାଇବା ପାଇଁ କହିଛନ୍ତି । ଏବେ ସେ ସବୁ ବିମାନର ଆବଶ୍ୟକତା ନାହିଁ । ଆମେରିକା ଏବେ ଆଉ କାହାରି ସହଯୋଗ ଲୋଡୁନାହିଁ ବୋଲି କହିଛନ୍ତି ଟ୍ରମ୍ପ ।


What's Your Reaction?

like

dislike

love

funny

angry

sad

wow