ପଡ଼ୋଶୀ ଦେଶକୁ କ୍ଷମା ମାଗିଲା ଇରାନ
ପଡ଼ୋଶୀ ଦେଶକୁ କ୍ଷମା ମାଗିଲା ଇରାନ। ଯୁଦ୍ଧ ପାଇଁ କରିଥିବା ଆକ୍ରମଣ ପାଇଁ ଶନିବାର ପଡ଼ୋଶୀ ଗଲ୍ଫ ଦେଶଗୁଡ଼ିକୁ କ୍ଷମା ମାଗିଛନ୍ତି ଇରାନ ରାଷ୍ଟ୍ରପତି ମାସୌଦ ପେଜେଶ୍କିଆନ। ଆମେରିକା ଇସ୍ରାଏଲ୍ ସହ ଯୁଦ୍ଧ ବଢ଼ୁଥିଲେ ବି ଇରାନର ଅନ୍ୟ କେଉଁ ଦେଶ ଉପରେ ଆକ୍ରମଣ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି ପେଜେଶ୍କିଆନ । ଏକ ଟେଲିଭିଜନ ସମ୍ବୋଧନରେ, ସେ କହିଛନ୍ତି ଯେ, ଇରାନର ଅସ୍ଥାୟୀ ନେତୃତ୍ୱ ପରିଷଦ ପଡ଼ୋଶୀ ଦେଶଗୁଡ଼ିକ ଉପରେ ଆକ୍ରମଣ ସ୍ଥଗିତ ରଖିବା ଏବଂ କ୍ଷେପଣାସ୍ତ୍ର ମାଡ଼ ବନ୍ଦ କରିବାକୁ ନେଇଛି ନିଷ୍ପତ୍ତି । ଯଦି ଏହି ଦେଶଗୁଡ଼ିକ ଇରାନ ବିରୁଦ୍ଧରେ ଆକ୍ରମଣ ଆରମ୍ଭ ନ କରନ୍ତି, ତେବେ ଇରାନ ସେମାନଙ୍କ ଉପରେ କରିବ ନାହିଁ ଆକ୍ରମଣ ।
What's Your Reaction?