ଟ୍ରମ୍ପଙ୍କ ଚେତାବନୀ; ନିସର୍ତ୍ତ ଆତ୍ମସମର୍ପଣ କର,ନହେଲେ ଜାରି ରହିବ ଆକ୍ରମଣ

Mar 7, 2026 - 12:13
 0  0
ଟ୍ରମ୍ପଙ୍କ ଚେତାବନୀ; ନିସର୍ତ୍ତ ଆତ୍ମସମର୍ପଣ କର,ନହେଲେ ଜାରି ରହିବ ଆକ୍ରମଣ

ନିସର୍ତ୍ତ ଆତ୍ମସମର୍ପଣ କର, ନହେଲେ ଜାରି ରହିବ ଆକ୍ରମଣ। ଇରାନ ଉଦ୍ଦେଶ୍ୟରେ ଏଭଳି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଟ୍ରମ୍ପ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ଯଦି ଇରାନ ଆତ୍ମସମର୍ପଣ କରେ, ତେବେ ସେଠାରେ  ଚୟନ କରାଯିବ ଏକ ନୂତନ ଏବଂ ଗ୍ରହଣୀୟ ନେତୃତ୍ୱ। ଏହାପରେ ଆମେରିକା ଏବଂ ତାର ସହଯୋଗୀ ଦେଶମାନେ ମିଶି ଇରାନକୁ ଆର୍ଥିକ ଦୃଷ୍ଟିକୋଣରୁ ଅଧିକ ଶକ୍ତିଶାଳୀ ଏବଂ ସମୃଦ୍ଧ କରିବା ପାଇଁ କରିବେ କାମ । ଏହି ଅବସରରେ “ମେକ ଇରାନ ଗ୍ରେଟ ଏଗେନ”  ସ୍ଲୋଗାନ ମଧ୍ୟ ଦେଇଛନ୍ତି ଟ୍ରମ୍ପ ।ସେପଟେ ଆମେରିକା ଓ ଇସ୍ରାଏଲ ଆକ୍ରମଣକୁ ସାମ୍ନା କରିବା ସହ ଏହାର କଡ଼ା ଜବାବ ଦେଉଛି ଇରାନ । ତେଣୁ ଏପରି ସ୍ଥିତିରେ ଇରାନ ଆତ୍ମସମର୍ପଣର ସମ୍ଭାବନା ଦେଖାଯାଉନଥିବାରୁ ଯୁଦ୍ଧ ଆହୁରି ବ୍ୟାପକ ହେବାର ପ୍ରକାଶ ପାଇଛି ଆଶଙ୍କା । ଆଉ ଟ୍ରମ୍ପଙ୍କ ଏଭଳି  କଠୋର ଆଭିମୁଖ୍ୟ ପରେ ଆଲୋଚନାର ସମ୍ଭାବନା କମ୍ ବୋଲି ହେଉଛି ଚର୍ଚ୍ଚା ।

What's Your Reaction?

like

dislike

love

funny

angry

sad

wow