ମୁଁ ଜିତି ଯାଇଛି, ହାରିସଙ୍କ ସହ ଆଉ ବିତର୍କରେ ଭାଗ ନେବିନି - ଟ୍ରମ୍ପ

Sep 13, 2024 - 12:58
 0  4
ମୁଁ ଜିତି ଯାଇଛି, ହାରିସଙ୍କ ସହ ଆଉ ବିତର୍କରେ ଭାଗ ନେବିନି - ଟ୍ରମ୍ପ

ଆମେରିକା ନିର୍ବାଚନ ଆଉ ମାତ୍ର ୮ ସପ୍ତାହ ବାକି ଥିବା ବେଳେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଉଭୟ ଦଳର ପ୍ରସ୍ତୁତି। ଇତି ମଧ୍ୟରେ ପରମ୍ପରା ଅନୁଯାୟୀ ଗତ ମଙ୍ଗଳବାର ଶେଷ ହୋଇଛି ଉଭୟ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ମହାବିତର୍କ। ତେବେ ଏହାପରେ ଆଉ ଏକ ରାଉଣ୍ଡ ମହାବିତର୍କ ନିମନ୍ତେ କମଳା ହାରିସ ଇଚ୍ଛୁକ ଥିବା ବେଳେ ଏହାକୁ ପ୍ରତ୍ୟାଖାନ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।ନିଜ ପୋଷ୍ଟରେ ଟ୍ରମ୍ପ କହିଛନ୍ତି ଯେ, ହାରିସ ଆଉ ଏକ ବିତର୍କ ପାଇଁ ଆଗ୍ରହୀ ଥିବାର ଅର୍ଥ ନିଜ ସେ ହାରି ଯାଇଛନ୍ତି।ଅନ୍ୟପଟେ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କ ପ୍ରଚାର ମଙ୍ଗ ଧରିଛନ୍ତି ମୟୂରଭଞ୍ଜର ସମୟ ସାହୁ । ମାତ୍ର ୨୧ବର୍ଷ ବୟସରେ ଆମେରିକା ରାଜନୀତିରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳି ଚର୍ଚ୍ଚାକୁ ଆସିଛନ୍ତି ସମୟ । ବର୍ତ୍ତମାନ ଡେମୋକ୍ରାଟିକ୍ ଦଳ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କ ପାଇଁ ସେ କରୁଛନ୍ତି ପ୍ରଚାର । ସମୟ ମୟୂରଭଞ୍ଜ ଜିଲ୍ଲାର ମୂଳବାସିନ୍ଦା।

What's Your Reaction?

like

dislike

love

funny

angry

sad

wow