ପ୍ରତି ବ୍ଲକ ଓ ଗ୍ରାମ ପଞ୍ଚାୟତରେ ଆରମ୍ଭ ହେବ ‘ସୁଭଦ୍ରା ସ୍ୱାଗତ ସପ୍ତାହ’

‘ସୁଭଦ୍ରା’ ପାଇଁ ସବୁଠି ବଢୁଛି ଉତ୍ସାହ । ଘରେ ଘରେ ସୁଭଦ୍ରା ଯୋଜନା ନାରା ହେଉଛି ବେଶ ଭାଇରାଲ । ସମଗ୍ର ଓଡିଶାରେ ୧୧ ତାରିଖ ଅର୍ଥାତ୍ ବୁଧବାର ସୁଦ୍ଧା ୪୫ ଲକ୍ଷ ଆବେଦନକାରୀ କରିଛନ୍ତି ପଂଜିକରଣ। ପ୍ରତି ବ୍ଲକ ଓ ଗ୍ରାମ ପଞ୍ଚାୟତରେ ଆରମ୍ଭ ହେବ ‘ସୁଭଦ୍ରା ସ୍ୱାଗତ ସପ୍ତାହ’। ଯୋଜନା ସମ୍ବନ୍ଧୀୟ ଜନସଚେତନତା ସୃଷ୍ଟି କରିବା ପାଇଁ ସପ୍ତାହେ ପର୍ୟ୍ୟନ୍ତ ରାଜ୍ୟରେ ପ୍ରତି ବ୍ଲକ ଓ ଗ୍ରାମ ପଞ୍ଚାୟତରେ ‘ସୁଭଦ୍ରା ସ୍ୱାଗତ ସପ୍ତାହ’ କରାଯିବ ଅନୁଷ୍ଠିତ । ଏହି କାର୍ୟ୍ୟକ୍ରମରେ ବ୍ଲକସ୍ତରର ସମସ୍ତ ଅଧିକାରୀ ସମେତ ଅଙ୍ଗନୱାଡି କର୍ମୀ, ସୁପରଭାଇଜର, ଏସ୍ଏଚ୍ଜି ସଦସ୍ୟା, ଆଶାକର୍ମୀମାନେ ଗାଁ ଗାଁରେ ସଭା ଅନୁଷ୍ଠିତ କରାଇ ଲୋକମାନଙ୍କୁ ‘ସୁଭଦ୍ରା’ ଯୋଜନା ସମ୍ବନ୍ଧରେ କରିବେ ସଚେତନ ।ପ୍ରତି ଗ୍ରାମ ପଞ୍ଚାୟତରେ ‘ପଥପ୍ରାନ୍ତ ନାଟକ’ ସମେତ ଚିତ୍ରାଙ୍କନ, କୁଇଜ ପ୍ରତିଯୋଗିତା ମାଧ୍ୟମରେ କରାଯିବ ସଚେତନ । ପ୍ରତି ଅଞ୍ଚଳର ସଫଳ ମହିଳାଙ୍କୁ ‘ସୁଭଦ୍ରା ଅପା’ର ଆଖ୍ୟା ଦିଆଯିବା ସହ ସଫଳ ମହିଳାଙ୍କ କାହାଣୀକୁ ‘ମୋ ସୁଭଦ୍ରା ଷ୍ଟୋରି’ ଭାବେ କରାଯିବ ପ୍ରତିଷ୍ଠିତ ।ଏହି ଯୋଜନାର ଉଦ୍ଦେଶ୍ୟକୁ ସୁଦୂରପ୍ରସାରୀ କରିବା ନିମନ୍ତେ ‘ଘରେ ଘରେ ସୁଭଦ୍ରା’ ବିଷୟବସ୍ତୁ ଉପରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ତର୍କ, ରଙ୍ଗୋଲୀ ଓ ଫଟୋଗ୍ରାଫି ଆଦିର ପ୍ରତିଯୋଗିତା ହେବ ଅନୁଷ୍ଠିତ।
What's Your Reaction?






