ମହାକାଶରେ ବୁଲି ଇତିହାସ ରଚିଲା ମନୁଷ୍ୟ

Sep 13, 2024 - 12:03
 0  4
ମହାକାଶରେ ବୁଲି ଇତିହାସ ରଚିଲା ମନୁଷ୍ୟ

ମହାକାଶରେ ବୁଲି ଇତିହାସ ରଚିଲା ମନୁଷ୍ୟ। ଏଲନ୍‌ ମସ୍କଙ୍କ କମ୍ପାନୀ ସ୍ପେଶ୍ ଏକ୍ସର ପୋଲାରିସ ଡନ୍ ଅଭିଯାନ ଦ୍ୱାରା କରାଯାଇଛି ଏହି ରେକର୍ଡ । ପ୍ରଥମ ଥର ପୃଥିବୀପୃଷ୍ଠର  ୭୩୭ କିଲୋମିଟର ଉପରେ ଅନ୍ତରୀକ୍ଷରେ ସ୍ପେଶ ୱାକ୍ କରିଛି ସାଧାରଣ ମଣିଷ। ଆପୋଲୋ ଅଭିଯାନ ପୁରା ହେବାର ୫୦ ବର୍ଷ ପରେ କରାଯାଇଛି ଏଭଳି ବିରଳ ରେକର୍ଡ ।ଅତ୍ୟାଧୁନିକ ପ୍ରେସରାଇଜ୍‌ଡ ସୁଟ୍ ବା ମହାକାଶ ପୋଷାକ ପରିଧାନ କରି ଏହି ସ୍ପେଶ ୱାକ୍ କରିଛନ୍ତି ଅଭିଯାନର କମାଣ୍ଡର ଜାରେଡ ଆଇସେକୈମେନ୍। ଏହି ଅଦ୍ଭୁତ ଯାତ୍ରାର ଭିଡିଓ ସାମାଜିକ ଗଣମାଧ୍ଯମରେ ସେୟାର କରିଛି ସ୍ପେଶ୍ ଏକ୍ସ। ଗତ ୧୦ ତାରିଖ ଦିନ କମାଣ୍ଡର ଜାରେଡଙ୍କ ନେତୃତ୍ୱରେ ଏହି ମିଶନରେ ମହାକାଶକୁ ଯାଇଛନ୍ତି ବାୟୁସେନାର ପୂର୍ବତନ ପାଇଲଟ ସ୍କଟ୍ ପୋଟିଟ,ଅଭିଯାନ ବିଶେଷଜ୍ଞ ସାରାହ ଗିଲିସ୍, ଏବଂ ଅନ୍ନା ମେନନ୍ ଏ ।

What's Your Reaction?

like

dislike

love

funny

angry

sad

wow