ପନିର ପରେ ମୋମୋ – ପିଜା; ୱାଓ ମୋମୋରେ ରେଡ୍‌, ବାସି ଖାଦ୍ୟ ସାମଗ୍ରୀ ଜବତ

Sep 2, 2026 - 11:33
 0  1
ପନିର ପରେ ମୋମୋ – ପିଜା; ୱାଓ ମୋମୋରେ ରେଡ୍‌, ବାସି ଖାଦ୍ୟ ସାମଗ୍ରୀ ଜବତ

ସକାଳେ ପିଜା ହଟ୍‌ ଓ ସନ୍ଧ୍ୟାରେ ୱାଓ ମୋମୋରେ ରେଡ୍‌ କରିଛି ଖାଦ୍ୟ ସୁରକ୍ଷା ବିଭାଗ । କିଛି ଦିନ ତଳେ କେଏଫ୍‌ସି ଭଳି ବ୍ରାଣ୍ଡେଡ୍‌ ଫୁଡ୍‌ ଷ୍ଟଲ୍‌ ଉପରେ ଯାଞ୍ଚ ପରେ ଏବେ ମୋମୋ ଷ୍ଟଲ୍‌ ଓ ବ୍ରାଣ୍ଡେଡ୍‌ ଫୁଡ୍‌ ଆଉଟଲେଟ୍‌ଗୁଡ଼ିକରେ ମଧ୍ୟ ଚଢ଼ାଉ ଜାରି ରହିଛି । 

ଏବେ ଫୁଡ୍‌ ଷ୍ଟଲ୍‌ ଉପରେ ଖାଦ୍ୟ ସୁରକ୍ଷା ବିଭାଗର କଡ଼ା ନଜର। ସକାଳେ ପିଜା ହଟ୍‌ ଏବଂ ସନ୍ଧ୍ୟାରେ ୱାଓ ମୋମୋରେ ରେଡ୍‌ କରିଛି ଖାଦ୍ୟ ସୁରକ୍ଷା ବିଭାଗ। କିଛି ଦିନ ତଳେ କେଏଫ୍‌ସି ଭଳି ବଡ଼ ବ୍ରାଣ୍ଡେଡ୍‌ ଫୁଡ୍‌ ଆଉଟଲେଟ୍‌ରେ ଯାଞ୍ଚ ପରେ ଏବେ ମୋମୋ ଷ୍ଟଲ୍‌ ସମେତ ବିଭିନ୍ନ ବ୍ରାଣ୍ଡେଡ୍‌ ଫୁଡ୍‌ ଆଉଟଲେଟ୍‌ ଉପରେ ଚଢ଼ାଉ ଜାରି ରହିଛି। ଖାଦ୍ୟର ମାନ, ପରିଚ୍ଛନ୍ନତା ଏବଂ ସୁରକ୍ଷା ନିୟମ ପାଳନକୁ ନେଇ ଚାଲିଛି ତନାଘନା। ତେବେ ଏହି ଯାଞ୍ଚରେ କଣ ସାମ୍ନାକୁ ଆସୁଛି ଏବଂ କେଉଁ ଫୁଡ୍‌ ଆଉଟଲେଟ୍‌ ଉପରେ ପଡ଼ିବ କାର୍ଯ୍ୟାନୁଷ୍ଠାନ, ତାହାକୁ ନେଇ ଏବେ ବଢ଼ିଛି ଚର୍ଚ୍ଚା। 

ଯାଞ୍ଚ ସମୟରେ ମୋମୋ ପ୍ରସ୍ତୁତିରେ ବ୍ୟବହୃତ କିଛି ଖାଦ୍ୟ ସାମଗ୍ରୀ ଦୀର୍ଘଦିନ ଧରି ଷ୍ଟୋର କରି ରଖାଯାଇଥିବା ଅଭିଯୋଗ ହୋଇଛି। ଯାଞ୍ଚକାରୀ ଟିମ୍‌ ଏହି ସାମଗ୍ରୀଗୁଡ଼ିକୁ ଜବତ କରିଛି। ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ନେଇ ଅଧିକ ଯାଞ୍ଚ କରାଯାଉଛି । ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁସାରେ, କେବଳ ଲୋକାଲ୍‌ ଫୁଡ୍‌ ଷ୍ଟଲ୍‌ ନୁହେଁ, ଆଗକୁ ବ୍ରାଣ୍ଡେଡ୍‌ ଫୁଡ୍‌ ଷ୍ଟଲ୍‌ ଓ ରେଷ୍ଟୁରାଣ୍ଟଗୁଡ଼ିକ ଉପରେ ମଧ୍ୟ ନିୟମିତ ଯାଞ୍ଚ ଜାରି ରହିବ। ଖାଦ୍ୟର ମାନ, ସ୍ୱଚ୍ଛତା ଓ ସାମଗ୍ରୀ ସଂରକ୍ଷଣ ବ୍ୟବସ୍ଥା ଠିକ୍‌ ଅଛି କି ନାହିଁ, ତାହା ଯାଞ୍ଚ କରାଯିବ ।

ବଡ଼ ବଡ଼ ନାମୀ ବ୍ରାଣ୍ଡେଡ୍‌ ଫୁଡ୍‌ ଷ୍ଟଲ୍‌ ଉପରେ ମଧ୍ୟ ନିୟମିତ ରେଡ୍‌ ଓ ଯାଞ୍ଚ ହେବା ଆବଶ୍ୟକ ବୋଲି ମଧ୍ୟ ଅନେକ ମତ ଦେଇଛନ୍ତି। ଗ୍ରାହକଙ୍କୁ ସୁରକ୍ଷିତ ଓ ଗୁଣାତ୍ମକ ଖାଦ୍ୟ ଯୋଗାଇବା ପାଇଁ ଏଭଳି ଯାଞ୍ଚ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । 

What's Your Reaction?

like

dislike

love

funny

angry

sad

wow