ଡିପଥେରିଆ ରୋକିବାକୁ ବଡ ପଦକ୍ଷେପ

Jun 19, 2024 - 13:30
 0  2
ଡିପଥେରିଆ ରୋକିବାକୁ ବଡ ପଦକ୍ଷେପ

ଓଡିଶାରେ ଡିପଥେରିଆ ସଂକ୍ରମଣ ବଢ଼ିବା ପରେ ବଡ଼ ପଦକ୍ଷେପ ନେଇଛି ସ୍ୱାସ୍ଥ୍ୟ ବିଭାଗ । ରାୟଗଡ଼ା କାଶୀପୁରରେ ଆଜିଠୁ ଦିଆଯିବ ବୁଷ୍ଟର ଡୋଜ । ଏକ ବର୍ଷ ବୟସ କିମ୍ବା ତାଠାରୁ କମ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ ଏବଂ ୫ରୁ ୧୫ ବର୍ଷ ବୟସ୍କଙ୍କୁ ଦିଆଯିବ ଟିଡି ଡୋଜ୍ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ। ସର୍ଭିଲାନ୍ସ ସରିବା ପରେ ସଂକ୍ରମଣ ବ୍ୟାପିଥିବା ଅନ୍ୟ ଅଞ୍ଚଳରେ ଦିଆଯିବ ବୁଷ୍ଟର ଡୋଜ । ଡିପଥେରିଆ ମୁକାବିଲା ପାଇଁ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଦିଆଯାଇଛି  ଆଣ୍ଟି ବାୟୋଟିକ୍ । ଆଗକୁ ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରିରେ କରାଯିବ ସର୍ଭିଲାନ୍ସ  । ରାଜ୍ୟରେ ସଂକ୍ରମଣର ରୂପ ନେଉଛି ଡିପଥେରିଆ । ତେଣୁ ଏନେଇ ସତର୍କ କରାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।

What's Your Reaction?

like

dislike

love

funny

angry

sad

wow