ଅଷ୍ଟ୍ରେଲିଆ ବିରୋଧରେ ଟେନିସ୍ ଖେଳାଳୀ ନୋଭାକ ଜୋକୋବିଚ ଆଣିଲେ ସଂଘାତିକ ଅଭିଯୋଗ

୨୦୨୨ ମସିହା ଅଷ୍ଟ୍ରେଲିଆ ଗସ୍ତ ସମୟରେ ଟେନିସ୍ ତାରକା ନୋଭାକ ଜୋକୋବିଚଙ୍କ ଖାଦ୍ୟରେ ମିଶାଇ ଦିଆଯାଇଥିଲା ବିଷ।ସେହି ସମୟରେ ସେ ମେଲବର୍ଣ୍ଣରେ ରହିଥିଲେ । ଏହାସହ ସେତେବେଳେ କୋଭିଡ ଚାଲିଥିଲା ,ଆଉ ସେ ଟିକା ନେବାକୁ ମନା କରିବାକୁ ତାଙ୍କୁ ଦେଶ ଛାଡିବାକୁ କରାଯାଇଥିଲା ବାଧ୍ୟ । ଗୁରୁବାର ଦିନ ଏକ ସାକ୍ଷାତକାର ଦେବା ଅବସରରେ ନିଜେ ଏଭଳି ବଡ ଖୁଲାସା କରିଛନ୍ତି ନୋଭାକ ଜୋକୋବିଚ। ସେ କହିଛନ୍ତି ଯେ, ମୋତେ ସେହି ସମୟରେ କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା । ଏହାପରେ ମୁଁ ଅନୁଭବ କରିଥିଲି କି ମେଲବର୍ଣ୍ଣର ସେହି ହୋଟେଲରେ ମୋତେ ଏଭଳି କିଛି ଖାଦ୍ୟ ଖାଇବାକୁ ଦିଆଯାଇଥିଲା, ଯେଉଁଥିରେ ମିଶିଥିଲା ବିଷ । ଏହାପରେ ମୁଁ ସର୍ବିୟା ଫେରି ଜାଣିବାକୁ ପାଇଲି , ମୋ ଶରୀରରେ ବଢିଯାଇଥିଲା ପାରା ଓ ଶିଶାର ମାତ୍ରା । ନୋଭାକ ଜୋକୋବିଚଙ୍କ ଏଭଳି ବୟାନ ପରେ ଅଷ୍ଟ୍ରେଲିଆ ଗୃହମନ୍ତ୍ରଣାଳୟ ପ୍ରବକ୍ତା କହିଛନ୍ତି ଯେ, ଏହି ପ୍ରସଙ୍ଗ ଦେଶ ସହ ଜଡିତ ଥିବାରୁ ଏହା ଉପରେ ଦିଆଯାଇପାରିବ ନାହିଁ କୌଣସି ଟିପ୍ପଣୀ। ସେହିପରି ଯେଉଁ ହୋଟେଲରେ ନୋଭାକ ଜୋକୋବିଚଙ୍କୁ ରଖାଯାଇଥିଲା ସେଠାରେ ସବୁଠାରୁ ଅଧିକ ସୁସ୍ଥକର ଖାଦ୍ୟ ମଧ୍ୟାହ୍ନ ଓ ରାତ୍ର ଭୋଜନରେ ପ୍ରଦାନ କରାଯାଏ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ସରକାର।
What's Your Reaction?






