ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ

୭୬ ବର୍ଷ ବୟସରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ । ୨ ଦିନ ତଳେ ଅସୁସ୍ଥ ହୋଇ ଆଇସିୟୁରେ ହୋଇଥିଲେ ଭର୍ତ୍ତି । ଆଜି ଭୋର ୫ଟା ସମୟରେ ଏସସିବିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦେଶରେ ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଆଦିବାସୀ ମହିଳା ଭାବେ ସେ ଥିଲେ ବେଶ୍ ପରିଚିତ । ୨୦୧୯ ମାର୍ଚ୍ଚ ୧୬ରେ କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ କେନ୍ଦ୍ର ସରକାର ।ତାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ।
What's Your Reaction?






