ବାଂଲାଦେଶରେ କର୍ଫ୍ୟୁ ଲାଗୁ, ଗଲାଣି ୧୦୫ ଜୀବନ

Jul 20, 2024 - 12:28
 0  3
ବାଂଲାଦେଶରେ କର୍ଫ୍ୟୁ ଲାଗୁ, ଗଲାଣି ୧୦୫ ଜୀବନ

ହିଂସାତ୍ମକ ହେଉଛି ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ପ୍ରତିବାଦ । ଏ ପର୍ଯ୍ୟନ୍ତ ୧୦୫ ଜଣଙ୍କର ଜୀବନ ଯାଇଥିବାବେଳେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି  ୨୫ଶହରୁ ଅଧିକ ଲୋକ। ଏହି ସମୟରେ କର୍ଫ୍ୟୁ ଲାଗୁ କରିବା ସହ ସମଗ୍ର ଦେଶରେ ସେନା ନିୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ଶେଖ ହସିନା।ବାଂଲାଦେଶରେ ସାର୍ବଜନୀନ ସ୍ଥଳୀରେ ହେଉଥିବା ସବୁ ସଭା, ସମିତି ଓ ରାଲି ଉପରେ ଲଗାଯାଇଛି ରୋକ୍‌ । ଦେଶର ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଯାଇ ଏପରି କଠୋର ପଦକ୍ଷେପ ଉଠାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରବକ୍ତା।

What's Your Reaction?

like

dislike

love

funny

angry

sad

wow