ଆପରେ ସାମିଲ ହେଲେ ୟୁପିଏସସିର ଲୋକପ୍ରିୟ ଶିକ୍ଷକ ଅବଧ ଓଝା

ଆପରେ ସାମିଲ ହେଲେ  ୟୁପିଏସସିର ଲୋକପ୍ରିୟ ଶିକ୍ଷକ ଅବଧ ଓଝା

ଆମ ଆଦମୀ ପାର୍ଟିରେ ସାମିଲ ହେଲେ ୟୁପିଏସସିର ଖ୍ୟାତିନାମ ଶିକ୍ଷକ ତଥା ପ୍ରେରଣାଦାୟୀ ବକ୍ତା ଅବଧ ଓଝା। ଅରବିନ୍ଦ କେଜରିଓ୍ବାଲ ଏବଂ ମନୀଷ ସିସୋଦିଆଙ୍କ ଉପସ୍ଥିତିରେ ସେ ଆପରେ ହୋଇଛନ୍ତି ସାମିଲ୍ । ଏନେଇ ଦଳ ପକ୍ଷରୁ କରାଯାଇଛି ଘୋଷଣା। ରାଜନୀତିରେ ସୁଯୋଗ ଦେଇଥିବାରୁ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ମନୀଷ ସିସୋଦିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅବଧ ଓଝା ।ତାଙ୍କୁ ଦଳରେ ସ୍ବାଗତ କରିବା ସହ ଦିଲ୍ଲୀରେ ଶିକ୍ଷାକ୍ଷେତ୍ରରେ କ୍ରାନ୍ତି ଆଣିବାରେ ସେ ସହାୟକ ହେବେ ବୋଲି କହିଛନ୍ତି ଅରବିନ୍ଦ କେଜରିଓ୍ବାଲ ।