ବାଂଲାଦେଶରେ ଇସ୍କନ ବିରୋଧୀ ପଦକ୍ଷେପ, ଭାରତ ପ୍ରବେଶ ଲାଗି ମିଳିଲାନି ଅନୁମତି
ପୁଣି ବାଂଲାଦେଶ ସରକାରଙ୍କ ଇସ୍କନ ବିରୋଧୀ ପଦକ୍ଷେପ। ଭାରତ ପ୍ରବେଶ ଲାଗି ଚାହୁଁଥିବା ୫୪ଜଣ ଇସ୍କନ ସଦସ୍ୟଙ୍କୁ ଦେଲେନି ଅନୁମତି। ଇସ୍କନର ଏହି ସଦସ୍ଯମାନେ ବେଣାପୋଲ ସୀମା ଚେକ ପଏଣ୍ଟ ଦେଇ ଭାରତରେ ପ୍ରବେଶ ଲାଗି ଚାହୁଁଥିବା ସତ୍ତ୍ବେ ସେମାନଙ୍କୁ ପ୍ରବେଶ ଅନୁମତି ଦିଆଯାଇନାହିଁ। ସେମାନଙ୍କ ନିକଟରେ ବୈଧ ନଥିପତ୍ର ଥିଲେ ବି ଏହି ପଦକ୍ଷେପ ନେଇଛି ବାଂଲାଦେଶ ଇମିଗ୍ରେସନ ପୋଲିସ । ସୀମା ପାର୍ ହେବା ଲାଗି ୭୦ରୁ ଅଧିକ ଇସ୍କନ ସଦସ୍ଯ ଉଦ୍ଯମ କରୁଥିବା ମିଳିଛି ସୂଚନା ।ବର୍ତ୍ତମାନ ବାଂଲାଦେଶରେ ଇସକନ ସଂସ୍ଥା ଓ ଏହାର ସାଧୁମାନଙ୍କ ଉପରେ ଜାରି ରହିଛି ଆକ୍ରମଣ । ମୁଖ୍ୟ ସାଧୁମାନଙ୍କୁ କରାଯାଉଛି ଗିରଫ । ଫ୍ରିଜ୍ କରାଯାଇଛି ଇସକନ ସାଧୁଙ୍କ ବ୍ୟାଙ୍କ ଆକାଉଣ୍ଟ।
What's Your Reaction?