ଭାରତ ଆସିବେ ରୁଷିଆ ରାଷ୍ଟ୍ରପତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକୁ ରକ୍ଷା କରି ଆସନ୍ତାବର୍ଷ ପ୍ରଥମ ମାସରେ ଭାରତ ଆସିବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ। ଋଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ଏହା ପୁଟିନଙ୍କ ଭାରତ ଗସ୍ତ। ଦିଲ୍ଲୀରେ ଆୟୋଜିତ ହେବ ଋଷିଆ -ଭାରତ ଶିଖର ସମ୍ମିଳନୀ। ଏଥିରେ ମୁଖ୍ୟ ଅତିଥି ହେବେ ଋଷ୍ ରାଷ୍ଟ୍ରପତି ପୁଟିନ୍। ସବୁବେଳେ ଯୁଦ୍ଧ ବନ୍ଦ କରିବାକୁ ଭାରତ ଆଲୋଚନାକୁ ଗୁରୁତ୍ୱ ଦେଉଥିବାବେଳେ ଗସ୍ତ ସମୟରେ ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ କିଛି ବଡ ଆଲୋଚନା ହେବାର ରହିଛି ସମ୍ଭାବନା । ଏହାସହ ବଡ ପ୍ରତିରକ୍ଷା ନେଇ ହୋଇପାରେ ଚୁକ୍ତି ।
What's Your Reaction?