ରାଜଧାନୀ ଦିଲ୍ଲୀରେ ବ୍ୟବସାୟୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼
ପ୍ରାତଃ ଭ୍ରମଣରେ ଯାଇଥିବାବେଳେ ବ୍ୟବସାୟୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ । ଘଟଣାସ୍ଥଳ ହିଁ ଟଳି ପଡିଲେ ବ୍ୟବସାୟୀ । ଦିଲ୍ଲୀର ଶାହଦରା ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା ।ମୃତ ବ୍ୟବସାୟୀ ଜଣକ ହେଲେ ସୁନିଲ ଜୈନ୍। ସେ ଜଣେ ବାସନ ବ୍ୟବସାୟୀ। ପୁଲିସ ସୂଚନା ମୁତାବକ, ତାଙ୍କ ପେଟ ଆଉ ମୁଣ୍ଡରେ ବାଜିଛି ଗୁଳି । ତାଙ୍କ ଉପରକୁ ୭ରୁ ୮ ରାଉଣ୍ଡ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ରାଜଧାନୀର ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି ଆଇନ ବ୍ୟବସ୍ଥା। ଭୟରେ ଜୀବନ ବିତାଉଛନ୍ତି ଲୋକେ। ବିଜେପି ଦିଲ୍ଲୀର ଆଇନ ବ୍ୟବସ୍ଥାକୁ ସମ୍ଭାଳିପାରୁ ନାହିଁ ବୋଲି କହିଛନ୍ତି ଆପ୍ ମୂଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ ।
What's Your Reaction?