ଅବସର ପୂର୍ବରୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସହକାରୀ ଯନ୍ତ୍ରୀ
Just days before retirement, Sushil Kumar Panda, Assistant Engineer of Ganjam Block, has been caught by Vigilance in a major disproportionate assets case. The vigilance team is conducting raids at more than 7 locations, including: His three-storey house in Ramharinagar, Brahmapur Two flats in Mukteswar Apartment, Ankuli A flat in Puri His ancestral home in Gudiāli, Kabisuryanagar His in-laws’ house in Purushottampur His office in Ganjam Block This massive crackdown comes just 3 days before his scheduled retirement.

ଅବସର ପୂର୍ବରୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା। ତାଙ୍କର ବ୍ରହ୍ମପୁର ରାମହରିନଗର ତିନି ମହଲା ବିଶିଷ୍ଟ ବାସଭବନ, ଆଙ୍କୁଲି ମୁକ୍ତେଶ୍ୱର ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍ , ଉକ୍ତ ଆପାର୍ଟମେଣ୍ଟରେ ତାଙ୍କର ଅନ୍ୟ ଏକ ଫ୍ଲାଟ୍, ପୁରୀରେ ଥିବା ଫ୍ଲାଟ୍, କବିସୂର୍ଯ୍ୟନଗର ଗୁଡ଼ିଆଳିରେ ଥିବା ତାଙ୍କର ପୈତୃକ ବାସଭବନ, ପୁରୁଷୋତ୍ତମପୁରରେ ଥିବା ତାଙ୍କ ଶ୍ୱଶୁର ଘର ଓ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ସମେତ ୭ରୁ ଅଧିକ ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ସବୁଠୁ ବଡ କଥା ହେଉଛି ଯେ, ଆଉ ମାତ୍ର ୩ ଦିନ ଯାଇଥିଲେ ଚାକିରି ଜୀବନରୁ ଅବସର ନେଇଥାନ୍ତେ ସୁଶୀଲ କୁମାର ପଣ୍ଡା।
What's Your Reaction?






