ଜନ୍ମମାଟିରେ ପହଞ୍ଚିଲେ ମହାମହିମ

Dec 6, 2024 - 13:08
 0  5
ଜନ୍ମମାଟିରେ ପହଞ୍ଚିଲେ ମହାମହିମ

ନିଜ ଜନ୍ମମାଟି ମୟୂରଭଞ୍ଜରେରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉପରବେଡା  ଗାଁ ବିଦ୍ୟାଳୟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଦେବେ ଯୋଗ ।  ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି  ଉପରବେଡାକୁ  କରାଯାଇଛି ସୁସଜ୍ଜିତ।ଏଥିସହିତ ସୁରକ୍ଷାକୁ କରାଯାଇଛି କଡାକଡି । ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ପ୍ରସ୍ତୁତି । ମହାମହିମଙ୍କ ସୁରକ୍ଷା ପାଇଁ ସୁରକ୍ଷା ଦୃଷ୍ଟିରୁ ଉପରବେଡ଼ା ସମେତ ବିଭିନ୍ନ ସ୍ଥାନରେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ରହିବେ ନିୟୋଜିତ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଯେପରି କୌଣସି ତ୍ରୁଟି ନହୁଏ ଏପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଥିବା କହିଛି ପୁଲିସ ପ୍ରଶାସନ । 

What's Your Reaction?

like

dislike

love

funny

angry

sad

wow