୪ ଦିନରେ ୪ ଡିଗ୍ରୀ ଖସିବ ତାପମାତ୍ରା
ଆସନ୍ତା ଶନିବାର ପରଠାରୁ ୪ଦିନ ମଧ୍ୟରେ ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଖସିପାରେ ତାପମାତ୍ରା। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ରାଜ୍ୟରେ ଗୁରୁବାର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା କିଛି ଅଂଶରେ ବଢ଼ିଥିବାବେଳେ କେନ୍ଦୁଝର ଓ କନ୍ଧମାଳ ଆଦି ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା। ସେହିପରି ମାଲକାନଗିରି, କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଆଦି ଜିଲାରେ ହୋଇଥିଲା ସାମାନ୍ୟ ବର୍ଷା । ଆଜି କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଏବଂ ମାଲକାନଗିରି ଜିଲାଗୁଡ଼ିକରେ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ରହିଛି ସମ୍ଭାବନା ।
What's Your Reaction?