ଆଜି ରାତିରୁ କମିବ ଶୀତ

Jan 18, 2026 - 13:57
 0  3
ଆଜି ରାତିରୁ କମିବ ଶୀତ

ଆଜି ରାତିରୁ କମିବ ଶୀତ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨ରୁ ୪ ଡିଗ୍ରୀ ବଢ଼ିଯିବ ରାତି ତାପମାତ୍ରା। ଏଥିପାଇଁ ପାରଦ ଉପରମୁହାଁ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ରବିବାର ରାତିରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ  ୧୦-୧୧ ଡିଗ୍ରୀରୁ ଉପରେ ରହିପାରେ ରାତି ତାପମାତ୍ରା । ସେହିପରି ପୁରୀ, ଗୋପାଳପୁର, ଭଦ୍ରକରେ ରାତି ତାପମାତ୍ରା ୧୩ରୁ ୧୪ ଡିଗ୍ରୀ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

What's Your Reaction?

like

dislike

love

funny

angry

sad

wow