ପୁଣି ଟ୍ରମ୍ପଙ୍କ ଶୁଳ୍କ କଟକଣା,ନିଶାଣରେ ୮ ୟୁରୋପୀୟ ଦେଶ
ଗ୍ରୀନଲାଣ୍ଡ ଦଖଲ ପାଇଁ ଯୋଜନା କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍।ଏନେଇ ଦେଉଛନ୍ତି ଖୁଲମଖୁଲା ପ୍ରତିକ୍ରିୟା । ଏପରିକି ଫେବ୍ରୁଆରୀରୁ ୮ଟି ୟୁରୋପୀୟ ଦେଶ ଉପରେ ସେ ୧୦ପ୍ରତିଶତର ଶୁଳ୍କ ଲଗାଇବେ ବୋଲି ମଧ୍ୟ ଦେଇଛନ୍ତି ଧମକ । ଆଉ ଯେଉଁ ୟୁରୋପୀୟ ଦେଶମାନେ ଟ୍ରମ୍ପଙ୍କୁ ଖୋଲାଖୋଲି ବିରୋଧ କରିଛନ୍ତି ସେସବୁ ଦେଶ ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି । ଏହି ୮ଟି ଦେଶ ହେଲେ ଡେନମାର୍କ, ନରୱେ, ସ୍ବିଡେନ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ୍, ନେଦରଲ୍ୟାଣ୍ଡ ଓ ଫିନଲାଣ୍ଡ । ଏପରିକି ଆମେରିକା କଥାରେ ହଁ ନଭରିଲେ, ଏହି ଶୁଳ୍କକୁ ଜୁନ୍ ପହିଲାରୁ ୨୫ ପ୍ରତିଶତକୁ ବଢ଼ାଇ ଦିଆଯିବ ବୋଲି ଧମକ ଦେଇଛନ୍ତି ଟ୍ରମ୍ପ ।
What's Your Reaction?