ଆଗକୁ ବଢ଼ୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଆଗକୁ ବଢ଼ୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଧୀରେ ଧୀରେ ଆଗକୁ ବଢ଼ୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆଗାମୀ ୨ଦିନ ମଧ୍ୟରେ ମୌସୁମୀ ଅଗ୍ରଗତି ହେବା ନେଇ ଅନୁକୂଳ ରହିଛି ପାଗ। ପୂର୍ବରୁ ମୌସୁମୀ ମାଲକାନଗିରି, କୋରାପୁଟ, ନବରଗଙ୍ଗପୁର ଜିଲାକୁ ଛୁଇଁଥିବାବେଳେ ଗୁରୁବାର କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲାକୁ କରିଛି ପ୍ରବେଶ। ୨ଦିନ ଭିତରେ ସ୍ଥିତି ଅନୁକୂଳ ହେଲେ ଏହା ଅନ୍ୟ ଜିଲାକୁ ଅଗ୍ରସର ହେବ ବୋଲି  ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।  ତେବେ ଆଗାମୀ ୩ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇପାରେ କାଳବୈଶାଖୀଜନିତ ଘଡଘଡି ସହ ବର୍ଷା ।  ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ପାଣିପାଗରେ ବିଶେଷ ପରିବର୍ତ୍ତନ ନ ହେଲେ ମଧ୍ୟ କାଳବୈଶାଖୀ ନେଇ ବିଭିନ୍ନ ଜିଲାକୁ  ଦିଆଯାଇଛି ସତର୍କ ସୂଚନା।