ବାଲେଶ୍ୱରରେ ୬ ଘଣ୍ଟା କର୍ଫ୍ୟୁ କୋହଳ

Jun 21, 2024 - 11:44
 0  2
ବାଲେଶ୍ୱରରେ ୬ ଘଣ୍ଟା କର୍ଫ୍ୟୁ କୋହଳ

ବାଲେଶ୍ୱର ପୌରାଞ୍ଚଳରେ ଆଜି ସକାଳ ୬ଟାରୁ ଦିନ ୧୨ଟା ୬ ଘଣ୍ଟା ପାଇଁ କୋହଳ ହୋଇଛି କର୍ଫ୍ୟୁ।  ଏହି ସମୟରେ ଆବଶ୍ୟକ ଜିନିଷପତ୍ର କିଣାକିଣି କରିପାରିବେ ଲୋକେ। କର୍ଫ୍ୟୁ କୋହଳ ନେଇ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବଳବତ୍ତର ରହିଛି କର୍ଫ୍ୟୁ। ଏଥିସହ ସହରରେ ବନ୍ଦ ରହିଛି ଇଣ୍ଟରନେଟ୍ ସେବା।ଗତକାଲିଠୁ ଲିଜ୍ ଲାଇନରେ ଇଣ୍ଟରନେଟ ସେବା ଯୋଗାଇ ଦିଆଯାଉଥିଲେ ମଧ୍ୟ ମୋବାଇଲ ନେଟୱର୍କରେ ଇଣ୍ଟରନେଟ ସେବା ବନ୍ଦ ରହିଛି। ଆଗାମୀ ପରିସ୍ଥିତିକୁ ଦେଖି ଇଣ୍ଟରନେଟ ଚାଲୁ ହେବ କି ବନ୍ଦ ରହିବ ସେନେଇ ନିଆଯିବ ନିଷ୍ପତ୍ତି। ଅନ୍ୟପଟେ ୪୫କୁ ବୃଦ୍ଧି ହୋଇଛି ଗୋଷ୍ଠୀ ସଂଘର୍ଷ ଘଟଣାରେ ଗିରଫଙ୍କ ସଂଖ୍ୟା।

What's Your Reaction?

like

dislike

love

funny

angry

sad

wow