କଂଗ୍ରେସ ସାଂସଦଙ୍କ ଚେୟାର ତଳୁ ମିଳିଲା ବିଡ଼ା ବିଡ଼ା ଟଙ୍କା

Dec 6, 2024 - 13:54
 0  6
କଂଗ୍ରେସ ସାଂସଦଙ୍କ ଚେୟାର ତଳୁ ମିଳିଲା ବିଡ଼ା ବିଡ଼ା ଟଙ୍କା

ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ବେଞ୍ଚ ତଳୁ ଟଙ୍କା ବିଡ଼ା ମିଳିବାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ଗୃହରେ ଦୈନିକ ଯାଞ୍ଚ ବେଳେ ୨୨୨ ବେଞ୍ଚ ନମ୍ବରରୁ ଏହି ଟଙ୍କା ଉଦ୍ଧାର କରିଥିଲେ ସୁରକ୍ଷା ଅଧିକାରୀ।ଏହି ବେଞ୍ଚ ହେଉଛି ତେଲେଙ୍ଗାନା ସାଂସଦ ଅଭିଷେକ ମନୁ ସିଂଭିଙ୍କର। କିନ୍ତୁ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଅଭିଷେକ ମନୁ ସିଂଘ।ସେ କହିଛନ୍ତି ଯେ, ମୁଁ ୫୦୦ ଟଙ୍କା ଧରି ଆସେ । ଟଙ୍କା ବଣ୍ଡଲ ମୋର ନୁହେଁ । ଏହା ନିହାତି ଭାବେ ଷଡଯନ୍ତ୍ର ।  ସେପଟେ ଏହା ଏକ ସଙ୍ଗୀନ ମାମଲା ହୋଇଥିବାରୁ, ଏଥିରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ । ସେହିପରି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଯେ, ମୁଁ ଭାବୁଥିଲି ଏଲଓପି ଜଣେ ବରିଷ୍ଠ ନେତା । ସେ କହିବେ, ମାମଲାର ଯାଞ୍ଚ ହେବା ଦରକାର । ହେଲେ ସେ ଏମିତି କିଛି କହିଲେନି । ତେବେ ମୁଁ ଚାହୁଁଛି ଘଟାଣାର ତଦନ୍ତ ହେବା ସହ ସମ୍ପୂର୍ଣ୍ଣ ତଥ୍ୟ ପଦାକୁ ଆସିବା ଆବଶ୍ୟକ । ଏହାପୂର୍ବରୁ ଏହି ମାମଲାର ଯାଞ୍ଚ ହେବା ଆବଶ୍ୟକ ବୋଲି କହିଥିଲେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ।

What's Your Reaction?

like

dislike

love

funny

angry

sad

wow