ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ

 ବିଜେପି ବିରୋଧରେ ଅପାମନଜନକ ବିଜ୍ଞାପନ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍ । ଖବରକାଗଜଗୁଡ଼ିକରେ ଅପମାନଜନକ ବିଜ୍ଞାପନ ଜାରି କରିବା ଅଭିଯୋଗରେ ବିଜେପିର କର୍ଣ୍ଣାଟକ ୟୁନିଟ୍ ପକ୍ଷରୁ ଦାୟର ହୋଇଥିଲା ମାମଲା । ଆଜି ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ବେଙ୍ଗାଲୁରୁର ଏକ ଅଦାଲତଗତବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ବିଜ୍ଞାପନରେ ରାଜ୍ୟର ତତ୍କାଳୀନ ବିଜେପି ସରକାର ୨୦୧୯-୨୦୨୩ ଶାସନ କାଳରେ ବ୍ୟାପକ ଦୁର୍ନୀତି କରିଥିବା ହୋଇଥିଲା ଅଭିଯୋଗ  । ସମସ୍ତ ସରକାରୀ କାର୍ଯ୍ୟ ପାଇଁ ୪୦ ପ୍ରତିଶତ କମିଶନ ଆଦାୟ କରାଯାଇଥିବା ଅଭିଯୋଗ କରି ବିଜ୍ଞାପନରେ ପୂର୍ବ ସରକାରକୁ ନିଶାଣ କରି ଏକ ‘ଦୁର୍ନୀତି ହାର କାର୍ଡ’ ମଧ୍ୟ ଜାରି କରିଥିଲା କଂଗ୍ରେସ  ।ଏହି ମାମଲାରେ ଜୁନ ୧ରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା, ଏବଂ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ପାଇଥିଲେ ଜାମିନ୍  । ତେବେ ବିଜ୍ଞାପନରେ ରାହୁଲ ଗାନ୍ଧୀଙ୍କର କୌଣସି ଭୂମିକା ନାହିଁ ବୋଲି କହିଛି କଂଗ୍ରେସ