ୱାୟନାଡ ଭୂସ୍ଖଳନରେ ବଢୁଛି ମୃତ୍ୟୁ ସଂଖ୍ୟା,ବର୍ତମାନ ସୁଦ୍ଧା ୨୭୦ ମୃତଦେହ ଉଦ୍ଧାର
କେରଳର ୱାୟନାଡ ଭୁସ୍ଖଳନ ଘଟଣାରେ ଧ୍ବଂସସ୍ତୂପ ତଳୁ ବାହାରିବାରେ ଲାଗିଛି ମୃତଦେହ । ଏପର୍ଯ୍ୟନ୍ତ ୨୭୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତ ହୋଇଛନ୍ତି ଶତାଧିକ ଲୋକ।ସେହିପରି ୨୨୫ଜଣଙ୍କ ମିଳୁନି ପତ୍ତା । ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢ଼ିବାର ରହିଛି ଆଶଙ୍କା। ଭୁସ୍ଖଳନରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନ ବିଚ୍ଛିନ୍ନ ହେବା ଯୋଗୁଁ ବେଶ ବାଧାପ୍ରାପ୍ତ ହୋଇପଡିଛି ଯୋଗାଯୋଗ ଓ ଯାତାୟତ। ତେଣୁ ଅସ୍ଥାୟୀ ପୋଲ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି କେରଳ ପୁଲିସ, ଏନଡିଆରଏଫ ଓ ଭାରତୀୟ ବାୟୁସେନା। ପ୍ରଭାବିତଙ୍କ ପାଇଁ ଶତାଧିକ ଅସ୍ଥାୟୀ ଶିବିର ବନ୍ଦୋବସ୍ତ କରାଯିବା ସହ ୫ହଜାର ଲୋକଙ୍କୁ କରାଯାଇଛି ସ୍ଥାନାନ୍ତର । ସେପଟେ ରାଜ୍ୟ ଓ ରାଜ୍ୟବାହାର ହାସପାତାଳରେ ଚାଲିଛି ଗୁରୁତରଙ୍କ ଚିକିତ୍ସା।
What's Your Reaction?