ଗୋଟିଏ ଦିନରେ ୪ ଶହରୁ ଅଧିକ ମାମଲାର ସମାଧାନ! ସୁପ୍ରିମକୋର୍ଟର ‘ସମାଧାନ ସମାରୋହ’ !
ଗୋଟିଏ ଦିନରେ ୪ ଶହରୁ ଅଧିକ ମାମଲାର ସମାଧାନ! ସୁପ୍ରିମକୋର୍ଟର ‘ସମାଧାନ ସମାରୋହ’
ଗୋଟିଏ ଦିନରେ ୪ ଶହରୁ ଅଧିକ ମାମଲାର ସମାଧାନ । ସୁପ୍ରିମକୋର୍ଟଙ୍କ ସ୍ବତନ୍ତ୍ର ଲୋକ ଅଦାଲତ ‘ସମାଧାନ ସମାରୋହ’ରେ ଦିନକରେ ୪ ଶହରୁ ଅଧିକ ମାମଲାର ସମାଧାନ ହୋଇଛି । ସମାଧାନ ସମାରୋହର ପ୍ରଥମ ଦିନରେ ୬ ଶହ ମାମଲାର ଶୁଣାଣି ପାଇଁ ଲିଷ୍ଟିଂ ହୋଇଥିଲା । ୧୬ଟି ସ୍ବତନ୍ତ୍ର ଲୋକ ଅଦାଲତ ବେଞ୍ଚରେ ମାମଲାର ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ତତ୍ତ୍ବାବଧାନରେ ଏହି ସ୍ବତନ୍ତ୍ର ଲୋକ ଅଦାଲତ ଆୟୋଜିତ ହେଉଛି । ଆସନ୍ତାକାଲି ଏହା ଶେଷ ହେବ । ବିଭିନ୍ନ ମାମଲାର ଶୁଣାଣି ସମୟରେ କୋର୍ଟ ପକ୍ଷରୁ ଉଭୟ ପକ୍ଷଙ୍କୁ ଆପୋଷ ବୁଝାମଣା ମାଧ୍ୟମରେ ବିବାଦର ସମାଧାନ କରିବାକୁ ପରାମର୍ଶ ଦିଆଯାଉଛି । ଏହା ଦ୍ବାରା ଦୀର୍ଘଦିନ ଧରି ଚାଲିଥିବା ମାମଲାର ଶୀଘ୍ର ସମାଧାନ ସମ୍ଭବ ହେଉଛି ।
ବିଶେଷକରି ବିବାହ ବିବାଦ, ଗାଡ଼ି ଦୁର୍ଘଟଣା, ଜମିଜମା ବିବାଦ ସମେତ ବିଭିନ୍ନ ପ୍ରକାର ମାମଲାର ଶୁଣାଣି ଏହି ସ୍ବତନ୍ତ୍ର ଲୋକ ଅଦାଲତରେ ହୋଇଛି । ଆପୋଷ ସମାଧାନ ମାଧ୍ୟମରେ ମାମଲାର ଶୀଘ୍ର ନିଷ୍ପତ୍ତି ହେବା ଫଳରେ ଉଭୟ ପକ୍ଷଙ୍କ ସମୟ ଓ ଖର୍ଚ୍ଚ ମଧ୍ୟ କମିପାରୁଛି ।ସୂଚନାଯୋଗ୍ୟ, ଗତ ଏପ୍ରିଲ ମାସରେ ‘ସମାଧାନ ସମାରୋହ’ର ଶୁଭାରମ୍ଭ କରାଯାଇଥିଲା । ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ହେଉଛି ଆପୋଷ ବୁଝାମଣା ମାଧ୍ୟମରେ ମାମଲାର ଶୀଘ୍ର ନିଷ୍ପତ୍ତି କରି ନ୍ୟାୟ ପ୍ରକ୍ରିୟାକୁ ଆହୁରି ସରଳ ଓ ଦ୍ରୁତ କରିବା । ପ୍ରଥମ ଦିନରେ ୪ ଶହରୁ ଅଧିକ ମାମଲାର ସମାଧାନ ହେବା ଏହି ପ୍ରୟାସର ଏକ ବଡ଼ ସଫଳତା ଭାବେ ଦେଖାଯାଉଛି ।
What's Your Reaction?