ତୃତୀୟ ଥର ପାଇଁ ମହାକାଶରେ ପାଦ ଥାପିଲେ ସୁନୀତା ୱିଲିୟମ୍ସ

ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି ମହାକାଶଚାରିଣୀ ସୁନୀତା ୱିଲିୟମ୍ସ। ଏହା ତାଙ୍କର ତୃତୀୟ ମହାକାଶ ଯାତ୍ରା। ଅନ୍ତରୀକ୍ଷରେ ପହଞ୍ଚିବା ପରେ ସେଠାରେ ଖୁସିରେ ନାଚି ଉଠିଛନ୍ତି ସୁନୀତା ୱିଲିୟମ୍ସ। ତାଙ୍କ ସହ ଅଛନ୍ତି କ୍ରୁଡମେଟ୍ ବଚ୍ ୱିଲମୋର୍ ।ଉଭୟ ସ୍ପେଶ୍ ଷ୍ଟେସନରେ ପହଞ୍ଚିବା ପରେ ସେଠାରେ ତାଙ୍କୁ କରାଯାଇଛି ଭବ୍ୟ ସ୍ୱାଗତ । ସେଠାରେ ତାଙ୍କୁ ପରମ୍ପରା ଅନୁସାରେ ଘଣ୍ଟି ବଜାଇ ସ୍ୱାଗତ କରାଯାଉଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି। ମହାକାଶକୁ ତୃତୀୟ ଥର ଯାତ୍ରା ସହ ପ୍ରଥମ ମହିଳା ଭାବେ କୌଣସି କ୍ରୁଡ୍ ଟେଷ୍ଟ ଫ୍ଲାଇଟର ପାଇଲଟ୍ ହୋଇ ଇତିହାସ ସୃଷ୍ଟି କରିଛନ୍ତି ସୁନୀତା ୱିଲିୟମ୍ସ।
What's Your Reaction?






