ମଣିପୁରରେ ପୁଣି ଉତ୍ତେଜନା, ୯ଟି ଜିଲ୍ଲାରେ ବଢିଲା ଇଣ୍ଟରନେଟ କଟକଣା
ମଣିପୁରରେ ପୁଣି ଦେଖାଦେଇଛି ଉତ୍ତେଜନା। ସ୍ଥିତି ନିୟନ୍ତ୍ରଣ ପାଇଁ ୯ଟି ଜିଲ୍ଲାରେ ବଢିଲା ଇଣ୍ଟରନେଟ କଟକଣା। ବିଭିନ୍ନ ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି ଦୃଷ୍ଟିରୁ ସରକାର ଡିସେମ୍ବର ୯ପର୍ଯ୍ୟନ୍ତ କଟକଣା ବୃଦ୍ଧି କରିବାକୁ ନେଇଛନ୍ତି ନିଷ୍ପତ୍ତି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ କରାଯାଇଛି ଘୋଷଣା। ଯେଉଁ ଜିଲ୍ଲାଗୁଡିକ ଲାଗି କଟକଣା ଜାରି କରାଯାଇଛି ସେହି ଜିଲ୍ଲାଗୁଡିକ ହେଲା- ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, କାକଚିଙ୍ଗ, ବିଷ୍ଣୁପୁର, ଥୋବାଲ, ଚୁରାଚାନ୍ଦପୁର, କାଙ୍ଗୋକପି, ଫେର୍ଜାଓ୍ବାଲ ଓ ଜିରିବାମ । ଇଣ୍ଟରେନେଟ ସେବା ରଦ୍ଦ ସହ ଭିସାଟ ଓ ଭିପିଏନ ସେବାକୁ ବି କରାଯାଇଛି ବାତିଲ।
Jangyaseni Parida