ଆଶିଷଙ୍କ ପରେ ଡେପୁଟେଶନରେ ଯିବେ କୁଟ୍ଟେ

Dec 9, 2024 - 13:23
 0  5
ଆଶିଷଙ୍କ ପରେ ଡେପୁଟେଶନରେ ଯିବେ କୁଟ୍ଟେ

କେନ୍ଦ୍ରୀୟ ଡେପୁଟେଶନରେ ଯିବେ ଆଇପିଏସ୍‌ ଅଧିକାରୀ ଡି.ଏସ୍‌ କୁଟ୍ଟେ। ବିଏସ୍‌ଏଫ୍‌ ଆଇଜି ଭାବେ ସେ ଡେପୁଟେଶନରେ ଯିବା ନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି।୨୦୨୮ରେ ଅବସର କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ରହିବେ ଦାୟିତ୍ୱରେ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ କରାଯାଇଛି ଚିଠି ।ଏବେ ଗୃହ ବିଭାଗର ଓଏସ୍‌ଡି ଭାବେ ଦାୟିତ୍ୱରେ ଅଛନ୍ତି କୁଟ୍ଟେ। ଶନିବାର ଆଇଟିବିପି ଆଇଜି ଭାବେ ବଦଳି ହୋଇଥିଲେ ଆଶିଷ ସିଂ। ସୂଚନାଯୋଗ୍ୟ, ଗତ ସରକାର ସମୟରେ ବହୁ କ୍ଷମତାଶାଳୀ ହୋଇରହିଥିଲେ ଦୁଇ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଡିଏସ୍‌ କୁଟ୍ଟେ ଏବଂ ଆଶିଷ ସିଂ। କାର୍ତ୍ତିକ ପାଣ୍ଡିଆନଙ୍କ ଖାସ୍‌ ସହଯୋଗୀ ଭାବେ ଉଭୟଙ୍କ ନାଁକୁ ନେଇ ହେଉଥିଲା ଚର୍ଚ୍ଚା । ଗତ ସାଧାରଣ ନିର୍ବାଚନ ସମୟରେ ଉଭୟ ଅଧିକାରୀଙ୍କ ବିରୋଧରେ ବିଜେଡି ସପକ୍ଷରେ କାର୍ଯ୍ୟ କରୁଥିବାର ପ୍ରମାଣ ଦେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ ଆୟୋଗ। ଏହି ନିର୍ଦ୍ଦେଶକୁ ପାଳନ କରି ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଡିଏସ୍‌ କୁଟ୍ଟେଙ୍କୁ ଗତ ଅଗଷ୍ଟ ୨୧ରେ ଓ ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଆଶିଷ ସିଂଙ୍କୁ ଗତ ଅଗଷ୍ଟ ୬ରେ ଜାରି କରାଯାଇଥିଲା କାରଣଦର୍ଶାଅ ନୋଟିସ ।ତେବେ କୁଟ୍ଟେଙ୍କ ବିରୋଧରେ ରହିଛି ବିଜେଡି ପାଇଁ କାର୍ଯ୍ୟ କରିବା ଓ କ୍ଷମତାର ଅପବ୍ୟବହାର କରି ସରକାରୀ ବଳ ଉପରେ ଚାପ ପକାଇବାର ବଳିଷ୍ଠ ପ୍ରମାଣ । 

What's Your Reaction?

like

dislike

love

funny

angry

sad

wow