ଅଭୟଙ୍କ ଇସ୍ତଫା ପରେ OSSC ଅଧ୍ୟକ୍ଷ ହେଲେ ସୁଧାକର ବୁର୍ଗୀ

ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ବା ଓଏସଏସସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଅଭୟ । ତାଙ୍କ ଇସ୍ତଫାକୁ ତୁରନ୍ତ ଗୃହୀତ କରି ଅବସରପ୍ରାପ୍ତ ଆଇଏଏସ୍ ସୁଧାକର ବୁର୍ଗୀଙ୍କୁ ଓଏସଏସସି କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରି ଏନେଇ ଦିଆଯାଇଛି ସୂଚନା । ପରବର୍ତ୍ତୀ ନିର୍ଦେଶ ଯାଏ ସେ ରହିବେ ଏହି ଦାୟିତ୍ୱରେ । ନିକଟରେ OSSC ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ ସୁଧାକର ବୁର୍ଗୀ ।
What's Your Reaction?






