ଦୁର୍ନୀତି ନିବାରଣ ସପ୍ତାହ ପାଳନ,ପ୍ରତିଷ୍ଠା ହେବ ଭିଜିଲାନ୍ସ ଫରେନ୍ସିକ ବିଜ୍ଞାନ ଅନୁଷ୍ଠାନ

Oct 28, 2024 - 12:42
 0  2
ଦୁର୍ନୀତି ନିବାରଣ ସପ୍ତାହ ପାଳନ,ପ୍ରତିଷ୍ଠା ହେବ ଭିଜିଲାନ୍ସ ଫରେନ୍ସିକ ବିଜ୍ଞାନ ଅନୁଷ୍ଠାନ

ଲୋକସେବା ଭବନରେ ଦୁର୍ନୀତି ନିବାରଣ ସପ୍ତାହକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଏହି ଅବସରରେ କୋରାପୁଟ ଏସପି ପି କେ ଦିବେଦୀଙ୍କୁ ୨୦୨୩ ବର୍ଷର ଶ୍ରେଷ୍ଠ ଦୁର୍ନୀତି ନିବାରଣ ଅଧିକାରୀ ଭାବେ କରାଯାଇଛି ସମ୍ମାନିତ । ସେହିଭଳି ବଲାଙ୍ଗୀର ଭିଜିଲାନ୍ସ ୟୁନିଟକୁ ସର୍ବଶ୍ରେଷ୍ଠ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିବାବେଳେ ବାଲେଶ୍ବର ଭିଜିଲାନ୍ସ ର ଦୁଷ୍ମନ୍ତ ନାୟକଙ୍କୁ ବେଷ୍ଟ ଆଇଓ , ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ଡି ଏସ ପି  ଶବିତାଞଳୀ ନାୟକଙ୍କୁ ବେଷ୍ଟ ଆଇଓ , ଭିଜିଲାନ୍ସ ଅଦାଲତର ସରକାରୀ ଓକିଲ ହେମନ୍ତ କୁମାର ସ୍ବାଇଁଙ୍କୁ ବେଷ୍ଟ ପବ୍ଲିକ ପ୍ରଶିକ୍ୟୁଟର ଭାବେ କରାଯାଇଛି ସମ୍ମାନିତ। ଏଥିସହ ରାଜ୍ୟରେ ଭିଜିଲାନ୍ସ ଫରେନ୍ସିକ ବିଜ୍ଞାନ ଅନୁଷ୍ଠାନ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଜିଲାନ୍ସ ବିଭାଗରେ ନିୟୋଜିତ ହେବେ ୮ ଜଣ ଏସପି, ୮ ଜଣ ଅତିରିକ୍ତ ଏସପି, ୨୪ ଜଣ ଡିଏସପି ଓ ୧୬ ଜଣ ଏସଆଇ । ତଦନ୍ତରେ ସହଯୋଗ ଲାଗି ନିୟୋଜିତ ହେବେ ୨୪ ଜଣ ସାଇବର ଏକ୍ସପର୍ଟ, ଚାଟାର୍ଡ ଅକାଉଣ୍ଟାଣ୍ଟ ଓ ବ୍ୟାଙ୍କ ଏକ୍ସପର୍ଟ ।ଏହି ଅବସରରେ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ ନେଇ ଆହ୍ୱାନ ଦେବା ସହ ଦୁର୍ନୀତିକୁ ବରଦାସ୍ତ କରାଯିବନି ବୋଲ କହିଛନ୍ତି ମୁଖ୍ୟମନ୍ତ୍ରୀ ।  

What's Your Reaction?

like

dislike

love

funny

angry

sad

wow