ଆସନ୍ତାକାଲି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ
ଆସନ୍ତାକାଲି ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ଦ୍ୱିତୀୟ ଭାଗ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ସାରା ଦେଶରେ ଏହାର ସୁବିଧା ପାଇବେ ୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଲୋକ।ଯୋଜନା ସଂପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାରେ ପ୍ରଥମ ଥର ପାଇଁ ଲାଗୁ ହେବ ଆୟୁଷ୍ମାନ ଯୋଜନା। ତେଣୁ ଯୋଜନାର ମୋଡାଲିଟି ହୋଇନି ପ୍ରସ୍ତୁତ । ଖୁବଶୀଘ୍ର ମୋଡାଲିଟି ପ୍ରସ୍ତୁତ କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାକୁ କରାଯିବ ଲାଗୁ। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆୟୁଷ୍ମାନ ଯୋଜନା ଭାଗ ୧ ଓ ୨ ଓଡିଶାରେ ଲାଗୁ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସରକାର। ଉଭୟ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ହେବ ଗୋଟିଏ କାର୍ଡ । ରାଜ୍ୟରେ ଏକ କୋଟି ପରିବାର ପାଇଁ ଏହି ନୂଆ କାର୍ଡର କରାଯିବ ବ୍ୟବସ୍ଥା। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦିଆଯିବ ନୂଆ କାର୍ଡ। ପୁରୁଣା କାର୍ଡରେ ପୂର୍ବରୁ ୯୫୦ ହାସପାତାଳର ଚିକିତ୍ସା ସୁବିଧା ମିଳୁଥିଲାବେଳେ ଏବେ ନୂଆ କାର୍ଡରେ ମିଳିବ ୨୭ ହଜାର ହାସପାତାଳରେ ଚିକିତ୍ସା ସୁବିଧା ।
What's Your Reaction?