ଓଡିଶା ମାଟିରୁ କଂଗ୍ରେସକୁ ନିଶାଣ କଲେ ନଡ୍ଡା

Sep 26, 2024 - 16:23
 0  2
ଓଡିଶା ମାଟିରୁ କଂଗ୍ରେସକୁ ନିଶାଣ କଲେ ନଡ୍ଡା

ଓଡ଼ିଶା ଆସି ଭୁବନେଶ୍ବର ସ୍ଥିତ ହୋଟେଲ ମ୍ୟାରିଅନରେ ଆୟୋଜିତ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଅଭିଯାନ -୨୦୨୪କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି ଅବସରରେ ମୋଦୀ ସରକାରଙ୍କ ସଫଳତା ବଖାଣିବା ସହ କଂଗ୍ରେସକୁ ନିଶାଣ କରି ଜେପି ନଡ୍ଡା କହିଛନ୍ତି ଯେ,  କମ୍ୟୁନାଲ ନେସନାଲନିଜିମର ମୁଖପାତ୍ର ପାଲଟିଛି କଂଗ୍ରେସ ଦଳ । ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ବିଧାସଭା ଭୋଟ ଦେଉଛି ଜାମ୍ମୁକାଶ୍ମୀର । ସେପଟେ ଧାରା ୩୭୦ ପୁଣି ଲାଗୁ କରିବା ପାଇଁ ପାକିସ୍ତାନ ସହ ହାତ ମିଳାଇଛି କଂଗ୍ରେସ। ଏଥିସହ କଂଗ୍ରେସର ପରିବାରବାଦକୁ ସମାଲୋଚନା କରି ନଡ୍ଡା କହିଛନ୍ତି ଯେ,ବିଜେପିରେ ନେତାଙ୍କ ପୁଅ ନେତା ହୁଅନ୍ତି ନାହିଁ । ଗ୍ରାଉଣ୍ଡରୁ ଆସିଥିବା ବ୍ୟକ୍ତି ଏଠାରେ ନେତା ହୁଏ । ଆଦର୍ଶରେ ଚାଲୁଥିବା ଏକମାତ୍ର ଦଳ ବିଜେପି । ସ୍ୱଚ୍ଛତାର ସହ ବିଜେପିରେ ଗ୍ରହଣ କରାଯାଏ ସଦସ୍ୟତା । ବର୍ତ୍ତମାନ ସୁଦ୍ଧା ୬କୋଟି ସଦସ୍ୟତା ଗ୍ରହଣ ସରିଲାଣି । ବିକଶିତ ଭାରତ ୧୦୪୭ ପାଇଁ ସମସ୍ତେ ଯୋଡି ହୁଅନ୍ତୁ ।  ମୋଦୀଙ୍କ ନେତୃତ୍ୱରେ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇଛି ଭାରତ । ଖୁବଶୀଘ୍ର ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି । କିନ୍ତୁ କଂଗ୍ରେସ ଅର୍ବାନ ନକ୍ସଲଇଜିମର ମୁଖପାତ୍ର ପାଲଟିଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । 

What's Your Reaction?

like

dislike

love

funny

angry

sad

wow