ଦେଶରେ ପ୍ରଥମଥର ପାଇଁ ଆରମ୍ଭ ହେଲା କବଚ ୪.O

Sep 25, 2024 - 12:16
 0  2
ଦେଶରେ ପ୍ରଥମଥର ପାଇଁ ଆରମ୍ଭ ହେଲା କବଚ ୪.O

ଦେଶରେ ପ୍ରଥମଥର ପାଇଁ ଆରମ୍ଭ ହେଲା ଅତ୍ୟାଧୁନିକ ସ୍ୱଦେଶୀ ନିରାପତ୍ତା ବ୍ୟବସ୍ଥା କବଚ ୪.୦। ରାଜସ୍ଥାନର ସୱାଇ ମାଧୋପୁରରୁ କୋଟ୍ଟା ଭିତରେ ଏହି ଅତ୍ୟାଧୁନିକ ବ୍ୟବସ୍ଥାର ହୋଇଛି ଶୁଭାରମ୍ଭ। ଏହାର ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।କବଚ ୪.୦ ହେଉଛି ଏଭଳି ଏକ ବ୍ୟବସ୍ଥା, ଯେଉଁଥିରେ ରେଳକୁ କେଉଁ ସ୍ଥାନରେ କେତେ ଗତିରେ ରଖିହେବ ତାହା ଗୋଟିଏ ମନିଟରରେ ସ୍ପଷ୍ଟ ଭାବେ ଦେଖିହେବ । ୭ ରୁ ୮ କିଲୋମିଟର ଦୂର ଯାଏଁ ଜାଣିହେବ ସଙ୍କେତର ଉନ୍ନତ ଅବସ୍ଥାନ। ଫଳରେ ରେଳର ଗତି ଉପରେ କରିହେବ ନିୟନ୍ତ୍ରଣ । ଲୋକ ପାଇଲଟ୍ ବ୍ରେକ୍ ନଦେଲେ ଇଞ୍ଜିନରେ ଲାଗିଥିବା କବଚ ଅଟୋମେଟିକ ବ୍ରେକ୍‌ ଦେଇ କମ୍‌ କରିବ ଗତି। ଫଳରେ ଏଡାଇ ଦିଆଯାଇପାରିବବଡ ଦୁର୍ଘଟଣା । ତେବେ ଆସନ୍ତା ବର୍ଷ ଭିତରେ ୧୦ ହଜାର ଇଞ୍ଜିନରେ କବଚ ଲଗାଯିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । 

What's Your Reaction?

like

dislike

love

funny

angry

sad

wow